ଦୁଇ କୁଣିଆଙ୍କ ଗଳା କାଟି ନିଜ ତଣ୍ଟି କାଟିଲା ଯୁବକ 

ଭୁବନେଶ୍ୱର(ରାଜ୍ୟକାହାଣୀ) କୁଣିଆ ହୋଇ ଆସୁଥିବା ସଂପର୍କୀୟଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ନନ୍ଦପୁର ଟିକରପଡା ଗାଁରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ ଘଟିଛି । ଛୁରି ଭୁସି ଯୁବକଙ୍କୁ ହତ୍ୟା କରାଯାଇଛି  । ଆକ୍ରମଣରେ ଆଉ ଜଣେ ଆହତ ହୋଇଛନ୍ତି । ଛୁରିରେ  ନିଜ ଶରୀରର ବିଭିନ୍ନ ସ୍ଥାନ ବି କାଟି ପକାଇଛି ଅଭିଯୁକ୍ତ ।ମିଳିଥିବା ସୂଚନା ମୁତାବକ, ଟିକରପଡା ଗ୍ରାମରେ ସାଧୁ ବଡନାୟକ କିଛି ଦିନ ହେଲା ମାନସିକ ବିକୃତ ଭାବେ ଲୋକଙ୍କୁ ବ୍ୟବହାର କରୁଥିଲେ। ଏଭଳିସ୍ଥିତିରେ ସାଧୁ ଘରକୁ ଆସିଥିବା କାଡ୍ରି ଗ୍ରାମର ସମ୍ପର୍କୀୟ ରାମ କ୍ରିସାନୀ ଏବଂ ନାବାଳକ ପୁତୁରା ସୁକୁବଙ୍କ ଛୁରୀରେ ଗଳା କାଟିଦେଇଥିଲେ। ଘଟଣାସ୍ଥଳରେ ରାମଙ୍କ ମୃତ୍ୟୁ ଘଟିଥିବା ବେଳେ ପୁତୁରା ସୁକୁବଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି l   ପୋଲିସ ଅଭିଯୁକ୍ତ ସାଦୁକୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.

1 × five =