ଭୁବନେଶ୍ୱର(ରାଜ୍ୟକାହାଣୀ) ଭରତପୁର ଥାନାରେ କ୍ୟାପଟେନ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲାରେ ହାଇକୋର୍ଟରେ ଶୁଣାଣି । ଏଥିପାଇଁ ରାଜ୍ୟ ସରକାର ଜାରି କଲେ ସ୍ବତନ୍ତ୍ର ଏସଓପି । ଏ ନେଇ କୋର୍ଟଙ୍କୁ ଆଡଭୋକେଟ୍ ଜେନେରାଲ ଜଣାଇଛନ୍ତି । SOPର ନକଲ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ସବୁ ଥାନାରେ CCTV ଲାଗିବା ସମ୍ପୂର୍ଣ୍ଣ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ ହାଇକୋର୍ଟଙ୍କୁ ଜଣାଇଲେ ଏଜି ।
ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।ଅନ୍ୟପଟେ ଥାନାରେ ସିସିଟିଭି ନେଇ ଏଡିଜିଙ୍କ ତରଫରୁ କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଥାନାରେ ସିସିଟିଭି ଲାଗିଥିବା ଜାଣିବାକୁ ମିଳିଛି । ତେବେ ବାତ୍ୟା ଦାନା ପ୍ରଭାବିତ ହୋଇଥିବା ବିଲ୍ଡିଂ କିମ୍ବା କିଛି ନୂଆ ବିଲ୍ଡିଂରେ ସିସିଟିଭି ବ୍ୟବସ୍ଥା ଆରମ୍ଭ କରାଯାଇ ନାହିଁ ବୋଲି ମଧ୍ୟ କୁହାଯାଇଛି । ତେଣୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଫାଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଯିବ ବୋଲି କହିଛନ୍ତି ଏଡିଜି । ୨୦୨୫ ମାର୍ଚ୍ଚ ମାସ ଭିତରେ ସମସ୍ତ ଫାଣ୍ଡି ସିସିଟିଭି ତଳେ ଚାଲିବ ବୋଲି ସେ ପ୍ରକାଶ କରିଛନ୍ତି ।