୩୪୯ ଟଙ୍କା ମୋବାଇଲ ରିଚାର୍ଜ କରୁ କରୁ ଆକାଉଣ୍ଟରୁ ଗାଏବ ହୋଇଗଲା ୪ ଲକ୍ଷ ଟଙ୍କା

ଭୁବନେଶ୍ୱର(ରାଜ୍ୟକାହାଣୀ) ମାତ୍ର ୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଆକଉଣ୍ଟରୁ ଗାଏବ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା।  ତେବେ ଏବେ ସାଇବର ଲୁଟେରା ଲୁଟିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଥିବା ବେଳେ ସବୁ ସାଇଟ ଉପରେ ଥୋପ ପକାଇ ବସିଛନ୍ତି ଲୁଟେରା । ଯେଉଁଠି ବି ହାତ ମାଇଲେ, ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଉଛି ଲକ୍ଷ ଲକ୍ଷର ପରିଶ୍ରମ । ଏବେ ଏମିତି ନିଜର ମୋବାଇଲ ରିଚାର୍ଜ କରୁ କରୁ ସାଇବର ଠକଙ୍କ ହାବୁଡରେ ପଡିଯାଇଥିଲେ ଭୁବନେଶ୍ବର ଯୁବତୀ ଜଣଙ୍କ ।ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ୧୫ ଦିନ ତଳେ ନିଜ ମୋବାଇଲ ରିଚାର୍ଜ କରୁ କରୁ ଭୁଲ୍ ବଶତଃ ଯୁବତୀ ଜଣଙ୍କ ନିଜ ମୋବାଇଲ ନମ୍ବର ପରିବର୍ତ୍ତେ ଅନ୍ୟ ଏକ ନମ୍ବରରେ ୩୪୯ ଟଙ୍କା ରିଚାର୍ଜ କରିଦେଇଥିଲେ। ପରେ ଯୁବତୀ ଜଣଙ୍କ ସେହି ନମ୍ବରକୁ କଲ୍ କରି ବ୍ୟକ୍ତିଙ୍କୁ ପୁନଃ ରିଚାର୍ଜ କରିଦେବା ପାଇଁ ଅନୁରୋଧ କରିଥିଲେ। ବ୍ୟକ୍ତି ଜଣଙ୍କ ରିଚାର୍ଜ କରିବାକୁ ମନା କରିବା ପରେ ଗୁଗୁଲରେ ଫୋନ ପେ’ ସହାୟତା କେନ୍ଦ୍ର ନମ୍ବର ସର୍ଚ୍ଚ କରିଥିଲେ ଯୁବତୀ।

 ଗୁଗୁଲରେ ପାଇଥିବା ନମ୍ବରକୁ କଲ୍ କରି ସହାୟତା ମାଗିଥିଲେ। ହେଲେ ଗୁଗୁଲରେ ଦିଆଯାଇଥିବା ନମ୍ବର ସାଇବର ଲୁଟେରାଙ୍କ ବୋଲି ଜାଣି ପାରିନଥିଲେ ଯୁବତୀ। ଶେଷରେ ସାଇବର ଲୁଟେରା ଆକାଉଣ୍ଟରୁ ପ୍ରଥମେ ଲକ୍ଷେ ଟଙ୍କା ଠକି ନେଇଥିଲେ। ହେଲେ ଯୁବତୀ ଜଣଙ୍କ ଏହା ପରେ ସତର୍କତା ଦେଖାଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହି ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥଗିତ କରିଦେଇଥିଲେ । ତେବେ ସେ ଘଟଣାର ମାସେ ପରେ ଯେତେବେଳେ ପୁଣି ଏବେ ଯୁବତୀ ଜଣଙ୍କ ବ୍ୟାଙ୍କକୁ ଦରଖାସ୍ତ ଦେଇ ପୁଣି ଥରେ ଆକାଉଣ୍ଟଟି ଚାଲୁ କରିଥିଲେ, ସେତେବେଳେ ତାଙ୍କ ଆକାଛଣ୍ଟରୁ ପର୍ଯ୍ୟାୟ କ୍ରମେ ୩ ଲକ୍ଷ ଟଙ୍କା କଟିଯାଇଥିଲା । ଯାହାକୁ ନେଇ ଏବେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।ଏଥିସହ ଏହି ଠକେଇ ଘଟଣାରେ ବ୍ୟାଙ୍କ ମ୍ୟାନେଜଙ୍କର ସଂପୃକ୍ତି ଥିବା ଯୁବତୀ ଜଣଙ୍କ ସନ୍ଦେହ ହୋଇଥିଲା। ଗତକାଲି ଯୁବତୀ ଜଣଙ୍କ ବ୍ୟାଙ୍କ ମ୍ୟାନେଜଙ୍କର ନାଁରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ତଦନ୍ତ କରୁଛି।

Leave A Reply

Your email address will not be published.

twenty − 20 =