ଶ୍ରୀମନ୍ଦିରରେ ବଙ୍ଗୀୟ ଭକ୍ତ ଓ ଜେଟିପିଙ୍କ ମଧ୍ୟରେ ମାରପିଟ ।

ଭୁବନେଶ୍ୱର(ରାଜ୍ୟକାହାଣୀ)ଶ୍ରୀମନ୍ଦିରରେ ପୁଲିସ କର୍ମଚାରୀଙ୍କୁ ଜଣେ ବଙ୍ଗୀୟ ପର୍ଯ୍ୟଟକ ଶନିବାର ମାଡ ମାରିଛନ୍ତି । ଜଣେ ଜେଟିପିଙ୍କୁ ପର୍ଯ୍ୟଟକ ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଘଣ୍ଟିଦ୍ୱାର ନିକଟରେ ପ୍ରବେଶକୁ ନେଇ ବଚସା ପରେ ପିଟିଛନ୍ତି । ପୋଲିସ ଆହତ ଜେଟିପି ଓ ବଙ୍ଗୀୟ ଭକ୍ତଙ୍କୁ ରଖି ପଚାରଉଚରା ଜାରି ରଖିଛି । ଶ୍ରୀମନ୍ଦିର ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ କହିବା ଅନୁସାରେ ଆଜି ସକାଳ ୯ଟା ସମୟରେ ସେ ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଦାୟିତ୍ୱରେ ଥିଲେ ।ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ପ୍ରସ୍ଥାନ ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।  ଏହାକୁ ବାରଣ କରିଥିଲେ ଘଣ୍ଟି ଦ୍ୱାର ନିକଟରେ ନିୟୋଜିତ ଜେଟିପି ଗୁପ୍ତେଶ୍ୱର । ବାରଣ କରିବାରୁ ବାଙ୍ଗୀୟ ଭକ୍ତମାନେ ଏହାକୁ ନମାନି ଉତକ୍ଷିପ୍ତ ହୋଇ ଗୁପ୍ତେଶ୍ୱରକୁ ଆକ୍ରମଣ କରିଥିଲେ ।ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି ।ପର୍ଯ୍ୟଟକଙ୍କୁ ଜେଟିପି ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

18 + 16 =