ଗାଁରେ ହାଡ଼ଫୁଟି ଭୟ, ୩୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର(ରାଜ୍ୟକାହାଣୀ) ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ଖଜୁରୀପଦା ଗାଁରେ ବ୍ୟାପୁଛି ହାଡ଼ଫୁଟି। ପ୍ରାୟ ୩୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ଜିଲ୍ଲା ସ୍ତରୀୟ  ୯ ଜଣିଆ ଡାକ୍ତରୀ ଟିମ ଗାଁକୁ ଯାଇ  ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ।  ତେବେ କାହିଁକି ହାଡଫୁଟି ବ୍ୟାପିଛି ଏଯାବତ କାରଣ ଜଣାପଡିନାହିଁ ।  ଏଥିସହ ଆଶା କର୍ମୀମାନେ ଗାଁକୁ ଯାଇ ଆକ୍ରାନ୍ତଙ୍କୁ ଔଷଧ ମଧ୍ୟ ବଣ୍ଟନ କରିଛନ୍ତି।  ପାଣି ପାଇଁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ଅନ୍ୟ ପକ୍ଷେ  ଗାଁରେ ଏବେ ସ୍ଥିତି ନିୟନ୍ତ୍ରଣ ଅଛି ବୋଲି  ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କହିଛନ୍ତି ।ଜଣେ ଗ୍ରାମବାସୀ କହିଛନ୍ତି, ମାସେ ହେବ ଗାଁରେ ହାଡ଼ଫୁଟି ବ୍ୟାପିଛି। ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଦେଇଛନ୍ତି। କେଉଁ କାରଣ ପାଇଁ ଗାଁରେ ହାଡ଼ଫୁଟି ବ୍ୟାପୁଛି ଜଣାପଡ଼ିନାହିଁ।

Leave A Reply

Your email address will not be published.

seven + thirteen =