ଭାରତକୁ ମହାନ ଶକ୍ତି କହିଲେ ପୁଟିନ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଶଂସା କରି ଭାରତକୁ ଏକ ମହାନ ଶକ୍ତି ବୋଲି କହିଛନ୍ତି। ଭାରତର ଅର୍ଥବ୍ୟବସ୍ଥା, ସଂସ୍କୃତି ଏବଂ ଭବିଷ୍ୟତରେ ସମ୍ଭାବନାକୁ ଖୁବ ପ୍ରଶଂସା କରିଥିଲେ। ଭାରତର ଆର୍ଥିକ ଅଭିବୃଦ୍ଧି ଏବଂ ଏହାର ବିଶାଳକା ଦୃଷ୍ଟିରେ ରଖି ଏହାକୁ ବୈଶ୍ୱିକ ମହାଶକ୍ତି ସୂଚୀରେ ସାମିଲ କରାଯିବା ଦରକାର । ରୁଷର ସୋଚି ସହରରେ ବାଲଦାଇ ଡିକ୍ସସନ କ୍ଲବରେ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ପୁଟିନ ଏହି କଥା କହିଛନ୍ତି ।ପୁଟିନ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ଥର ପ୍ରଶଂସା କରିଛନ୍ତି। 

ଏହା ଚାଇନା ପାଇଁ ଏକ ଚିନ୍ତାଜନକ ବିଷୟ ହୋଇପାରେ। ଏହାର କାରଣ ହେଉଛି ଚାଇନା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରୁଛି। ଚାଇନା ମଧ୍ୟ ୧୨ ପଏଣ୍ଟ ଯୋଜନା ପ୍ରସ୍ତୁତ କରିଥିଲା, କିନ୍ତୁ ଆଲୋଚନା ଆଗକୁ ବଢି ପାରି ନ ଥିଲା। ଯେଉଁଠାରେ ପୁଟିନ ଥରେ କହିଥିଲେ ଯେ ୟୁକ୍ରେନ ସହ ଶାନ୍ତି ଆଲୋଚନାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଦ୍ୱିତୀୟ କାରଣ ହେଉଛି ଚାଇନା ମଧ୍ୟ ଏକ ସୁପର ପାୱାର ହେବାକୁ ଚେଷ୍ଟା କରୁଛି, ଯେତେବେଳେ କି ଭାରତ ଏହି ଦୋୖଡରେ ସମସ୍ତଙ୍କ ସମର୍ଥନ ଚାହୁଁଛି। ରୁଷ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଏବଂ ରୁଷ ପ୍ରତିରକ୍ଷା କ୍ଷେତ୍ରରେ ବି ସହଯୋଗ ବଢାଉଛନ୍ତି । ଭାରତୀୟ ସେନା ପାଖରେ ଅନେକ ପ୍ରକାର ରୁଷ ହତିଆର ଅଛି । ଏହା ଦୁଇ ଦେଶ ମଧ୍ୟରେ ଥିବା ବିଶ୍ୱାସକୁ ଦର୍ଶାଉଛି । ଆମେ କେବଳ ନିଜ ହତିଆର ଭାରତକୁ ବିକ୍ରି କରୁ ନାହୁଁ ବରଂ ମିଳିତ ଭାବେ ଆମେ ଏହାକୁ ଡିଜାଇନ ମଧ୍ୟ କରୁଛୁ । ଉଲ୍ଲେଖଯୋଗ୍ୟ ଯେ ଭାରତ ଏବଂ ରୁଷ ମିଳିତ ଭାବେ ବ୍ରହ୍ମୋସ ମିସାଇଲ୍ ବିକଶିତ କରିଛନ୍ତି । ଭାରତ ବ୍ରହ୍ମପୁତ୍ର ଏବଂ ରୁଷର ମୋସ୍କାଭା ନଦୀର ନାଁକୁ ଯୋଡ଼ି ବ୍ରହ୍ମୋସ ନାଁ ଦିଆଯାଇଛି ।

Leave A Reply

Your email address will not be published.

four × 4 =