ବାଲିଯାତ୍ରା ସମୟରେ ଫୁଟପାତ୍‌ରେ ବସି ପାରିବେ ନାହିଁ ଉଠାଦୋକାନୀ । 

ଭୁବନେଶ୍ୱର(ରାଜ୍ୟକାହାଣୀ)କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି। ଏପରିକି ଫୁଟ୍‌ପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି କରାଯାଇଛି।ଜୋବ୍ରାଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯିବା ସହ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଛି । ଏହି ନିର୍ଦ୍ଦେଶ ଜାରି ହେବା ଦିନଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉଠା ଦୋକାନୀମାନେ ଆବଶ୍ୟକ ମୂଲ୍ୟ ଦେଇ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ।ସୂଚନା ଯୋଗ୍ୟ, ନଭେମ୍ବର ୧୫ ତାରିଖରୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ।କମିଟି ପୁଲିସ୍‌ ଓ କଟକ ମହାନଗର ନିଗମ କର୍ମଚାରୀମାନଙ୍କ ସହାୟତାରେ ଫୁଟପାତ୍‌ରେ ଓ ରାସ୍ତାକଡରେ ବସୁଥିବା ଉଠାଦୋକାନୀମାନଙ୍କୁ ଦିନରେ ଓ ରାତିରେ ଉଠାଇ ରାସ୍ତାକୁ ଅବରୋଧ ମୁକ୍ତ କରିବ ।

Leave A Reply

Your email address will not be published.

six + three =