ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଟଙ୍କା । 

ଭୁବନେଶ୍ୱର(ରାଜ୍ୟକାହାଣୀ)  ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଟଙ୍କା । ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତିରେ ଚୂଡାନ୍ତ ରିପୋର୍ଟ ଅନୁଯାୟୀ ୪୨୩ କୋଟି ୫୫୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ୭ଦିନ ଭିତରେ ଜିଲ୍ଲାପାଳ ଦେବେ କ୍ଷୟକ୍ଷତି ଟଙ୍କା ।ମଙ୍ଗଳବାର ବିଭିନ୍ନ ଜିଲ୍ଲା ଓ ବିଭାଗରୁ ବାତ୍ୟା ‘ଦାନା’ କ୍ଷୟକ୍ଷତିର ଆକଳନ ପହଞ୍ଚିଛି । ଓଡ଼ିଶାରେ ସାମଗ୍ରିକ ଭାବେ ଫସଲ, ଘର ଏବଂ ବିଭିନ୍ନ ବିଭାଗର ଚୂଡାନ୍ତ ଆକଳନ ଅନୁଯାୟୀ ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା । ବିଭିନ୍ନ ବିଭାଗର କ୍ଷୟକ୍ଷତି ଅର୍ଥ ରାଶି ବୁଧବାର ସନ୍ଧ୍ୟାରେ ବିଭାଗ ମାନଙ୍କୁ ପ୍ରଦାନ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସେ ଆଉ ଅଧ୍ୟ କହିଛନ୍ତି ଯେ ସମସ୍ତ ଜିଲ୍ଲାରେ ଧାନ କିଣା ବ୍ୟବସ୍ଥା ନେଇ ଜିଲ୍ଲାରେ ବୈଠକ ହେବ । ବୈଠକରେ ତାରିଖ ଧର୍ଯ୍ୟ ହେବ । ଯେଉଁଠି ଧାନ ପାଚି ଗଲାଣି । ଜିଲ୍ଲା କମିଟି ଚାହିଁଲେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିବେ । ଧାନକିଣା ପଇସା ଚାଷୀଙ୍କ ଆକାଉଣ୍ଟକୁ ୪୮ଘଣ୍ଟା ଭିତରେ ଯିବ ଏହାର ୫ ମିନିଟ୍ ପରେ ୮୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ । ୩୧୦୦ ଟଙ୍କା କ୍ବିଣ୍ଟାଲ ପିଛା ପାଇବେ ଚାଷୀ ।

Leave A Reply

Your email address will not be published.

15 − four =