୨୦୨୭ ସୁଦ୍ଧା ସମାପ୍ତ ହେବ ଭୁବନେଶ୍ୱର ମେଟ୍ରୋ କାର୍ଯ୍ୟ

ଭୁବନେଶ୍ୱର(ରାଜ୍ୟକାହାଣୀ)୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭୂମିରୁ ୧୩ ମିଟର ଉଚ୍ଚରେ ଏହି ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବ। ରାଜଧାନୀର ରାଜମହଲ, ଜୟଦେବ ବିହାର ଏବଂ ବାରଙ୍ଗରେ ଉଚ୍ଚତା ଅଧିକ ରହିବ। ୩ କୋଚ ବିଶିଷ୍ଟ ୧୩ ଟି ମେଟ୍ରୋ ଟ୍ରେନ କିଣିବାକୁ ଯୋଜନା । ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା । ୫୦/ ୬୦ ଫୁଟ ତଳୁ ମାଟି ନେଇ ଲ୍ୟାବରେ ପରୀକ୍ଷା ହେଉଛି । ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ କାମ ।ସୂଚନାଯୋଗ୍ୟ, ଭୁବନେଶ୍ବର ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ପାଇଁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରି ପହିଲାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଗାମୀ ଡିସେମ୍ବର ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରହିଛି। ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍‌ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ସଂପ୍ରସାରଣ ହେବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଟର୍ଣ୍ଣ-କି ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସହ ଚୁକ୍ତି ସ୍ୱାକ୍ଷର କରିଛି।

Leave A Reply

Your email address will not be published.

nineteen + nineteen =