ଭୁଲ ତଥ୍ୟ ତଥା ସୂଚନା ଦେଉଛି Wikipedia। 

ଭୁଲ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ ନୋଟିସ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି।ପକ୍ଷପାତିତା ଏବଂ ଭୁଲ ତଥ୍ୟ ଦେଉଥିବା ନେଇ ଉଇକିପିଡ଼ିଆ ବିରୋଧରେ ଅନେକ ଅଭିଯୋଗ ହୋଇଛି। ସୂତ୍ର ଅନୁଯାୟୀ ସରକାର ଉଇକିପିଡିଆକୁ ଏଖ ଚିଠି ପଠାଇ ମଧ୍ୟସ୍ଥି ପରିବର୍ତ୍ତେ ପ୍ରକାଶକ ଭାବରେ କାହିଁକି ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। 

ତେବେ ସରକାର କିମ୍ବା ଉଇକିପିଡ଼ିଆ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପ୍ରକାରର ସରକାରୀ ବିବୃତ୍ତି ଦେଇନାହାଁନ୍ତି।ଅନଲାଇନ ଏନସାଇକ୍ଲୋପିଡ଼ିଆ ଭାବରେ ଜଣାଶୁଣା Wikipedia ହେଉଛି ଏକ ମାଗଣା ପ୍ଲାଟଫର୍ମ ଯେଉଁଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ତଥ୍ୟ ତଥା ସୂଚନା ହାସଲ କରିପାରିବେ। ଉଇକିପିଡ଼ିଆ ସ୍ବେଚ୍ଛାସେବୀମାନଙ୍କୁ ବିଭିନ୍ନ ବିଷୟ ଉପରେ ପୃଷ୍ଠା ସୃଷ୍ଟି ଏବଂ ସଂପାଦନ କରିବାକୁ ଅନୁମତି ଦେଇଥାଏ। ଫଳରେ ଯିଏ ଯାହା ଲେଖିଲେ ବି ତାହା ସେଠାରେ ସ୍ଥାନିତ ହୋଇଥାଏ।ଦୁଇ ମାସ ପୂର୍ବେ ଯେତେବେଳେ ଦିଲ୍ଲୀ ହାଇକୋର୍ଟ ଉଇକିପିଡ଼ିଆକୁ ସମାଲୋଚନା କରିଥିଲେ ଏବଂ ଭାରତରେ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଥିଲେ ସେତେବେଳେ ଏହି ମାମଲା ସାମ୍ନାକୁ ଆସିଥିଲା। ନ୍ୟୁଜ୍ ଏଜେନ୍ସି ଏସିଆନ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ୍ (ANI) ଦ୍ୱାରା ଉଇକିପିଡ଼ିଆ ବିରୋଧରେ ଏକ ମାମଲା ଦାଖଲ କରାଯାଇଥିଲା ଯେଉଁଥିରେ ଉଇକିପିଡ଼ିଆ ପୃଷ୍ଠାରେ ମିଥ୍ୟା ଏବଂ ଭୁଲ୍‌ ତଥ୍ୟ ଦିଆଯାଇଥିବା ANI ଦାବି କରିଥିଲା।

Leave A Reply

Your email address will not be published.

17 − 4 =