ଏସସିବିରେ ରାଗିଂ ଅଭିଯୋଗ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଏସସିବିରେ ରାଗିଂ ଅଭିଯୋଗ । କଟକ ଏସସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ କରାଯାଇଛି |  ଏମବିବିଏସ ପ୍ରଥମ ବର୍ଷ ଛାତଙ୍କୁ ଶେଷ ବର୍ଷ ଛାତ୍ର ରାଗିଂ କରିଛନ୍ତି । ଏନେଇ ଅଭିଯୋଗ ଆଣିଲେ ଏମବିବିଏସ ପ୍ରଥମ ବର୍ଷ ଛାତ୍ର|  ଅଭିଯୋଗ ପରେ  ଆଣ୍ଟିବଡି  ରାଗିଂ କମିଟିର ବୈଠକ ବସିଥିଲା  । ଅଭିଯୋଗକାରୀ ଛାତ୍ରଙ୍କ ତଥ୍ୟ ଅନୁସାରେ ଯାଞ୍ଚ କରାଯାଇଛି  । ସୂଚନା ଅନୁସାରେ ଉଭୟଙ୍କୁ ଡାକି ପଚରା ଉଚରା କରାଯାଇଛି  କିନ୍ତୁ ଏପର୍ଯ୍ୟନ୍ତ କୌଣସି ତଥ୍ୟ ଗଣମାଧ୍ୟମକୁ ଆସିନାହିଁ  ।  ପ୍ରକାଶ ଥାଉ, ଏହା ପୂର୍ବରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ହୋଇଥିବା ରାଗିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଠାରେ ଏମ୍‌ବିବିଏସ୍‌ ପଢ଼ୁଥିବା କିଛି ୨ୟ ବର୍ଷ ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ରାଗିଂ କରାଯାଉଥିବା ନେଇ ଏନ୍‌ଏମ୍‌ସିର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ୫ ଜଣ ସିନିୟର ଛାତ୍ରଙ୍କ ନାଁରେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।

Leave A Reply

Your email address will not be published.

3 × 1 =