୨୧ ନଭେମ୍ବରରୁ ଧାନ କିଣା  ଆରମ୍ଭ ହେବ । 

ଭୁବନେଶ୍ୱର(ରାଜ୍ୟକାହାଣୀ)ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ୍‌ ଋତୁରେ ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ।ଚଳିତ ବର୍ଷ ୮୦ ଲକ୍ଷ ଟନ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। କୁଇଣ୍ଟାଲ ୩୧୦୦ ଟଙ୍କାରେ ସରକାର ଧାନ କିଣିବେ। MSP ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନପୁଟ ସହାୟତା ମିଳିବ। ୪-୫ଟି ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ ବୋଲି ସୂଚନା ମିଳିଛି। ମଣ୍ଡିରୁ ରାଇସ ମିଲ ଯାଏ ଧାନ ଗାଡ଼ିର ଗତିବିଧି ନଜରରେ ରହିବ।ସେପଟେ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ତା ପ୍ରତି ପାଟ୍ରୋଲିଂ ଟିମ୍ ମୁତୟନ ସହ ସିସିଟିଭି ବ୍ୟବସ୍ଥା କରାଯିବ। ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା କରାଯାଇଛି । ତ୍ୱରିତ ନିଷ୍ପତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ସୁରକ୍ଷା, କଟଣିଛଟନୀ ମୁକ୍ତ ଧାନ କିଣା ଉପରେ ଗୁରୁତ୍ୱ ଦେବେ ରାଜ୍ୟ ସରକାର। 

Leave A Reply

Your email address will not be published.

1 + 5 =