ଭୁବନେଶ୍ୱର(ରାଜ୍ୟକାହାଣୀ) ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ପ୍ରସଙ୍ଗ। ଖବର ପ୍ରସାରଣ ପରେ ଆକ୍ସନ ମୁଡ୍କୁ ଆସିଛି ଏଏସଆଇ। ଘଟଣାକୁ ଗୁରୁତର ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ । ଏବେ ଶିଉଳି ଛଡାଇ ଫାଟ ଯୋଡା କାମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶିଉଳି ଛଡାଯାଇଛି । ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଛି। ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥା, ହାତଧୁଆ ପାଣି ଓ ଏବଂ ପାଣି ପାଇପ୍କୁ ଶୀଘ୍ର ମରାମତି କରିବାକୁ ଏଏସଆଇ ମନ୍ଦିର ପ୍ରଶାସନକୁ କହିଛି। ଏନେଇ ଆଇନ ମନ୍ତ୍ରୀ କହିଛନ୍ତି ଏଏସ୍ଆଇ ବୈଷୟିକ ଟିମ୍ ସ୍ଥିତି ଦେଖିଛନ୍ତି । ଖୁବ୍ ଶୀଘ୍ର ମରାମତି କରାଯିବ ।