ଦୀପାବଳି ପରେ ଦିଲ୍ଲୀର ସହରର ବାୟୁ ପ୍ରଦୂଷଣ ମାନ ପୁଣି ଥରେ ଅତି ନିମ୍ନସ୍ତରକୁ ଖସିଆସିଛି। 

ଦୀପାବଳି ପରେ ଦିଲ୍ଲୀର ସହରର ବାୟୁ ପ୍ରଦୂଷଣ ମାନ ପୁଣି ଥରେ ଅତି ନିମ୍ନସ୍ତରକୁ ଖସିଆସିଛି। ରବିବାର ସହରର ବାୟୁମାନକ ସୂଚକାଙ୍କ ୩୮୨ ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ପ୍ରକାଶ। ଏହି ତଥ୍ୟରୁ ଜଣାପଡୁଛି ଯେ ସହରର ପ୍ରଦୂଷଣ ମାତ୍ରା ଗମ୍ଭୀରସ୍ଥିତି ଆଡକୁ ଯାଉଛି। ଏକ୍ୟୁଆଇ ୪୦୦ରୁ ଅଧିକ ରହିଲେ ଏହାକୁ ଗମ୍ଭୀର ବୋଲି ବିବେଚନା କରାଯାଇଥାଏ। ରବିବାର ଦିଲ୍ଲୀର ୪୦ଟି ପ୍ରଦୂଷଣ ମନିଟରିଂ ଷ୍ଟେସନର ରିପୋର୍ଟରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଯାଇଛି।  ଆଜି ବି ଦିଲ୍ଲୀ ବାୟୁର ମାନ ସାରା ବିଶ୍ବରେ ସବୁଠାରୁ ଖରାପ ରହିଛି । ଆଜି ସକାଳୁ ଆନନ୍ଦ ବିହାର ଅଞ୍ଚଳରେ ଥିବା ଏୟାର କ୍ବାଲିଟି ଇଣ୍ଡେକ୍ସ ବୋର୍ଡରେ ବାୟୁର ମାନ ୫୩୨ ରହିଛି । ଯାହା ଅତି ଶୋଚନୀୟ । ପଡୋଶୀ ରାଜ୍ୟରେ ନଡାକୁଟା ପୋଡି କାର୍ଯ୍ୟକୁ ବନ୍ଦ କରାଯାଇଛି। ନଭେମ୍ବର ୧ରେ ହୋଇଥିବା ପ୍ରଦୂଷଣର ୩୫% କାରଣ ହୋଇଥିଲା ନଡାକୁଟା ପୋଡି। ମାତ୍ର ନଭେମ୍ବର ୩ (ରବିବାର)ରେ ହୋଇଥିବା ପ୍ରଦୂଷଣର ୧୫% କାରଣ ହେଉଛି ନଡାକୁଟା ପୋଡି। ଦିଲ୍ଲୀ ସହିତ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ମଧ୍ୟ ପ୍ରଦୂଷଣ ମାନ ନିମ୍ନ ସ୍ତରକୁ ଖସିଥିବା ଜଣାପଡିଛି। ହରିୟାଣାର ବହାଦୁରଗଡରେ ପ୍ରଦୂଷଣ ମାତ୍ରା ଅତିନିମ୍ନସ୍ତରକୁ ଖସିଆସିଛି। ଏଠାରେ ଏକ୍ୟୁଆଇ ୩୩୫ ରେକର୍ଡ କରାଯାଇଛି।

Leave A Reply

Your email address will not be published.

sixteen + 14 =