୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ହେବ 

ଭୁବନେଶ୍ୱର(ରାଜ୍ୟକାହାଣୀ)ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ । ୪  ତାରିଖରେ ପାଗ ଶୁଖିଲା ରହିବ। ୫ରେ ଗଞ୍ଜାମ ଓ  ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ୬ରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା ଓ କନ୍ଧମାଳରେ ହାଲୁକା ବର୍ଷା ସମ୍ଭାବନା ଅଛି। ଅନ୍ୟପକ୍ଷେ ଚଳିତ ନଭେମ୍ବରରେ ସ୍ବାଭାବିକଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବାକୁ ଥିଲେ ମଧ୍ୟ ଆଗାମୀ ୨ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ରବିବାର ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡି ଓ ଫୁଲବାଣୀରେ ୧୬.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ବୌଦ୍ଧରେ ସର୍ବାଧିକ ୩୪.୮ ଡିଗ୍ରୀ ରହିଥିଲା।

Leave A Reply

Your email address will not be published.

one × three =