ଭୁବନେଶ୍ୱର(ରାଜ୍ୟକାହାଣୀ)କାଲି ସୁଦ୍ଧା ଆସିବ ବାତ୍ୟା ଦାନା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ । ଖୁବଶୀଘ୍ର କେନ୍ଦ୍ରୀୟ ଟିମ ଆସି ବାତ୍ୟା କ୍ଷୟକ୍ଷତି ଆକଳନ କରିବେ । ବାତ୍ୟାରେ ୩ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏହି ୩ ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା । ଏହି ତିନି ଜିଲ୍ଲାରେ ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହ ଏକର ଏକର ଫସଲ ନଷ୍ଟ ହୋଇଛି ।ବାତ୍ୟାରେ ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଦାନା କ୍ଷୟକ୍ଷତି ରିପୋର୍ଟ ଆସିବା ନେଇ ରାଜସ୍ୱ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।କେନ୍ଦ୍ରୀୟ ଟିମ୍ ମଧ୍ୟ କ୍ଷୟକ୍ଷତିର ଆକଳନ ପାଇଁ ଆସିବାର ଅଛି l ଖୁବଶୀଘ୍ର ଆସି କ୍ଷୟକ୍ଷତି ଆକଳନ କରିବେ l କେନ୍ଦ୍ରୀୟ ଟିମ ଆକଳନ କଲେ କେନ୍ଦ୍ରରୁ କ୍ଷତିପୂରଣ ଟଙ୍କା ଆସିବ l ତା ଆଗରୁ ରାଜସ୍ବ ବିଭାଗରେ ଥିବା ଅର୍ଥ କ୍ଷତିଗ୍ରସ୍ତ ମାନଙ୍କୁ ପ୍ରଦାନ କରାଯିବ l ଓଡିଶା ମଧ୍ୟ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ତଥ୍ୟ ପ୍ରଦାନ କରିବ l ଏହାସହ ଅନ୍ୟ ଜିଲ୍ଲା ମାନଙ୍କରେ ହୋଇଥିବା କ୍ଷତି ମଧ୍ୟ ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।