କମିଟି ନିଷ୍ପତ୍ତି ଅନୁସାରେ ଗ୍ରହଣ କରାଯାଏ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର(ରାଜ୍ୟକାହାଣୀ)  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି। ଏନେଇ ପୋଲିସ ଡିଜି ୱାଇ.ବି ଖୁରାନିଆ ଶନିବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହା ଏକ ନିୟମିତ ପ୍ରକ୍ରିୟା । ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ରିଭ୍ୟୁ କରେ ଏବଂ କମିଟି ଯାହା ନିଷ୍ପତ୍ତି ନିଏ, ସେ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ। ରାଜ୍ୟ ସରକାର ଭିକେ ପାଣ୍ଡିଆନ୍ ଏବଂ ପୂର୍ବତନ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ହଟାଇ ଦେଇଛନ୍ତି। ସେହିପରି ଅସିତ୍ ତ୍ରିପାଠୀଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ୩ ଜଣ ସୁରକ୍ଷା କର୍ମୀଙ୍କୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି।ଅସିତ ଓ ପାଣ୍ଡିଆନଙ୍କଠାରୁ ବାକି ଥିବା ଜଣେ ଲେଖାଏ ସୁରକ୍ଷାକର୍ମୀ ୨-୩ଦିନ ମଧ୍ୟରେ କାଢ଼ି ଅଣାଯିବ ବୋଲି ଜଣାପଡ଼ିଛି । ଗତ ଅଗଷ୍ଟ ୧୭ତାରିଖରୁ ପଶ୍ଚିମଓ ବିକାଶ ପରିଷଦର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିବା ଅସିତଙ୍କ ସୁରକ୍ଷା ଦାୟିତ୍ୱରେ ୩ ଯବାନ ମୁତୟନ ହୋଇଥିଲେ ।ଯେତେବେଳେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଜେଡ୍‌ ଶ୍ରେଣୀର ସୁରକ୍ଷା ମିଳୁଥିଲା। ଯେଉଁଥିରେ ୨୦୦ ସୁରକ୍ଷାକର୍ମୀ ତାଙ୍କୁ ଓ ନବୀନ ନିବାସର ସୁରକ୍ଷା ପାଇଁ ନିୟୋଜିତ ରହୁଥିଲେ। ଏହି ଜେଡ୍‌ ସୁରକ୍ଷା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ୨୨ personnel ଦ୍ୱାରା ସୁରକ୍ଷା ଦିଆଯାଇଥାଏ। ତେବେ ଏହି ସୁରକ୍ଷା ହ୍ରାସ ପାଇବା ପରେ ନବୀନଙ୍କୁ ମାତ୍ର ୧୦ଜଣ ସୁରକ୍ଷା କର୍ମୀ ସୁରକ୍ଷା ଯୋଗାଇଦେବେ। ଯେଉଁଥିରେ ଦୁଇଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSOs) ରହିବେ।

Leave A Reply

Your email address will not be published.

2 × one =