ଗୁଗଲ୍ ଉପରେ ରୁଷ୍ ଏକ ବିଶାଳ ରାଶି ଅର୍ଥାତ୍ ୨୦ ଡେସିଲିଅନ୍ ଡଲାର(୨ ପରେ ୩୪ଟି ଶୂନ ଥିବା ସଂଖ୍ୟା)ର ଜରିମାନା ଲଗାଇଛି। ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା ଲଗାଯାଇଛି।କେବଳ ସେତିକି ନୁହେଁ ୯ ମାସ ମଧ୍ୟରେ ଗୁଗଲ୍କୁ ଉକ୍ତ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଗୁଗଲ୍ ବିରୋଧରେ ଆଇନଗତ ଲଢ଼େଇରେ ରୁଷ୍ର ୧୭ଟି ପ୍ରସାରଣକାରୀ ସଂସ୍ଥା ସାମିଲ ହୋଇଥିଲେ। କ୍ରେମଲିନ୍ ଏହି ଜରିମାନାକୁ ମୁଖ୍ୟତଃ ଏକ ପ୍ରତୀକାତ୍ମକ ପଦକ୍ଷେପ ବୋଲି କହିଛି। ରୁଷ୍ର ପ୍ରସାରଣକାରୀଙ୍କ ବିରୋଧରେ ଏହାର କାର୍ଯ୍ୟ ସଂପର୍କରେ ପୁନଃବିଚାର କରିବା ଲାଗି ଏହା କରାଯାଇଛି ବୋଲି କ୍ରେମଲିନ୍ର ପ୍ରବକ୍ତା ଡିମିଟ୍ରି ପେସ୍କୋଭ୍ କହିଛନ୍ତି। ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ମାଲିକାନାରେ ଥିବା ୟୁଟ୍ୟୁବ ଉପରେ ଏହି ଜରିିମାନା ଲାଗୁ କରାଯାଇଛି। ୟୁକ୍ରେନ ଉପରେ ଋଷିଆ କରୁଥିବା ଆକ୍ରମଣ ସମ୍ପର୍କିତ ଖବରକୁ ନେଇ ଗୁଗୁଲ ଓ ମସ୍କୋ ମୁହାଁମୁହିଁ ହୋଇଥିଲେ। ଯୁଦ୍ଧ ସମ୍ପର୍କରେ ଋଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଟିଭି ଚ୍ୟାନେଲ ଯେଉଁ ଖବର ପ୍ରସାରଣ କରୁଥିଲା, ତା’କୁ ୟୁଟ୍ୟୁବ ସ୍ଥାନ ଦେଉ ନଥିଲା।
କହିବାକୁ ଗଲେ ୟୁଟ୍ୟୁବରେ ଋଷିଆ ସରକାରଙ୍କ ଚ୍ୟାନେଲକୁ ବ୍ୟାନ କରି ଦିଆଯାଇଥିଲା। ଏହା ବିରୋଧରେ ଋଷିଆ କୋର୍ଟରେ ଗୋଟିଏ ମାମଲା ହୋଇଥିଲା। ଏହାର ଶୁଣାଣି କରି କୋର୍ଟ ଗୁଗଲ ଉପରେ ୨୦ ଡିଲିୟନ ଡଲାର ଆର୍ଥିକ ଦଣ୍ଡ ଲାଗୁ କରିଛନ୍ତି।