ନଭେମ୍ବରରେ ପର୍ବ, ଆରବିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ ମାସର ୪ଟି ରବିବାର ବ୍ୟତୀତ ବ୍ୟାଙ୍କଗୁଡିକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ପୂର୍ବ ପରି ବନ୍ଦ ରହିବ। ଏଠାରେ ଦେଶର ବିଭିନ୍ନ ରାଜ୍ୟର ପର୍ବ ପର୍ବାଣୀ ସହ ସମସ୍ତ ୧୩ ଛୁଟିଦିନର ତାଲିକା ଉପରେ ନଜର ପକାନ୍ତୁ, ବ୍ୟାଙ୍କ ଛୁଟିଦିନରେ, ଆପଣ ବ୍ୟାଙ୍କଗୁଡିକର ଅନଲାଇନ୍ ସେବା ବ୍ୟବହାର କରି ଆପଣଙ୍କର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ ଏବଂ କାରବାର କରି କରିପାରିବେ। ତେବେ ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ୧୩ ଦିନ ବନ୍ଦ ରହିବ ନାହିଁ। ରିଜର୍ଭ ବ୍ୟାଙ୍କ ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ଛୁଟି ତାଲିକା ଅନୁଯାୟୀ ବିଭିନ୍ନ ରାଜ୍ୟର ଛୁଟି ମିଶାଇ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ସମସ୍ତ ଛୁଟି ସବୁ ରାଜ୍ୟରେ ପ୍ରଯୁଜ୍ୟ ହେବ ନାହିଁ।