ଧୀରେ ଧୀରେ ବଢିବ ଥଣ୍ଡା 

ଭୁବନେଶ୍ୱର(ରାଜ୍ୟକାହାଣୀ)ପୁଣି ଆସୁଛି ଲଘୁଚାପ । ଆସନ୍ତା ୬-୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ । ଏନେଇ ଭାରତୀୟ ପାଣିପାଗ ବିଭାଗ-ଆଇଏମଡିର ପରିବ୍ୟାପ୍ତ ଆଉଟଲୁକରୁ ଜଣାପଡ଼ିଛି । ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ରହିବନି ।ରାଜ୍ୟରେ ଜାରି ରହିଥିବା ଆଂଶିକ ମେଘୁଆ ପାଗ ସହ କାଁ ଭାଁ ହାଲୁକାରୁ ସ୍ବଳ୍ପ ବର୍ଷା ଲାଗିରହିଛି। ନଭେମ୍ବର ୨ ପର୍ଯ୍ୟନ୍ତ ଏଭଳି ସ୍ଥିତି ଚାଲିବ। ତେବେ ଆସନ୍ତା ୩୧ ତାରିଖରୁ ଉତ୍ତର ଭରତରୁ ଥଣ୍ଡା ପବନ ବହିବାକୁ ଥିବାରୁ ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ନଭେମ୍ବର ୧ରେ ସ୍ବଳ୍ପ ବର୍ଷା ଓ ନଭେମ୍ବର ୧ରୁ ୫ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ଦୁଇ ଡିଗ୍ରି କମିବ। ଆସନ୍ତା ତିନି ଦିନ ସକାଳ ସମୟରେ ହାଲୁକା କୁହୁଡ଼ି ଓ ଶିଶିରପାତ ବଢ଼ିପାରେ |

Leave A Reply

Your email address will not be published.

14 − thirteen =