ବଡ଼ଧରଣର ସାଇବର ଲୁଟ୍ ଘଟଣାର ପର୍ଦ୍ଦାଫାଶ

ଭୁବନେଶ୍ୱର(ରାଜ୍ୟକାହାଣୀ)  ସାଇବର ଠକଙ୍କ ଟାର୍ଗେଟରେ ଘରୋଇ ହସପିଟାଲ । କଟକର ଘରୋଇ ହସପିଟାଲ ଆକାଉଣ୍ଟରୁ ଟଙ୍କା ଗାୟବ । ହସପିଟାଲର ଇମେଲ ଆଇଡି ମଧ୍ୟ ହ୍ୟାକ୍ କରିଛନ୍ତି । ପ୍ରକୃତ ବେନିଫିସିଆରିଙ୍କ ଆକାଉଣ୍ଟ ବଦଳାଇ ନିଜ ଆକାଉଣ୍ଟକୁ ଟଙ୍କା ନେଇଯାଇଛନ୍ତି ଠକ । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଦୁଇ ଜଣଙ୍କୁ ନୋଟିସ ଜାରି କରିଛି ସାଇବର ଥାନା ପୋଲିସ।ଠକଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ସାଇବର ଥାନା ପୋଲିସ । ଠକଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ କୋର୍ଟରେ ଆବେଦନ ହୋଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଉତ୍ତରପ୍ରଦେଶ ବରେଲିର ହସନୈନ, ଅମିତ ଗୁପ୍ତା, ସୁନିଲ ମୌର୍ଯ୍ୟ ଓ ଅନିକେତ ଶର୍ମା । ସେମାନଙ୍କ ନିକଟରୁ ୬ଟି ମୋବାଇଲ୍ ଫୋନ୍, ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ବ୍ୟବହୃତ ଫର୍ମ ଜବତ କରାଯାଇଛି। ତେବେ ଅନ୍ୟପଟେ ବଡ଼ ଧରଣର ସାଇବର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସିଆଇଡି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ଆନ୍ତଃରାଜ୍ୟ ସାଇବର ଲୁଟ୍‌ର ୨୪ ଜଣଙ୍କୁ ଗିରଫ କରାଯାଇଛି। ହ୍ବାଟ୍ସଆପରେ କୋଟାକ୍ ଇନ୍‌ଭେଷ୍ଟମେଣ୍ଟ କ୍ଲବ୍‌ ଗ୍ରୁପ କରି ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ କରିଥିଲେ ଏହି ସାଇବର ଲୁଟେରା। ୧୦୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ ଆକାଉଣ୍ଟରେ ନେଇଯାଇଥିଲେ ଏହି ଲୁଟ୍ ଟଙ୍କା। କ୍ରାଇମବ୍ରାଞ୍ଚ ଗଠନ କରିଥିବା ୭ଟି ଟିମ୍ ତାମିଲନାଡୁରୁ ୯ ଜଣ ଅଭିଯୁକ୍ତ, ଗୁଜରାଟରୁ ୮ ଓ ରାଜସ୍ଥାନରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ତଦନ୍ତ ସମୟରେ ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ଅଭିଯୋଗକାରୀଙ୍କୁ ବର୍ତ୍ତମାନସୁଦ୍ଧା ୬.୮୦ ଲକ୍ଷ ଟଙ୍କା ଫେରାଇଛି କ୍ରାଇମବ୍ରାଞ୍ଚ। 

Leave A Reply

Your email address will not be published.

20 − 16 =