ଭୁବନେଶ୍ୱର(ରାଜ୍ୟକାହାଣୀ)ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଜଙ୍ଗଲରେ ଏବେ ଅଛନ୍ତି ୩୨ ଟିକିଆ ହାତୀ ପଲ। ଦୁଇ ତଳେ ଅପରାହ୍ନ ପ୍ରାୟ ୩ଟା ବେଳେ ଜଙ୍ଗଲ ପାର୍ଶ୍ୱ ପଡ଼ିଆରେ କିଛି ପିଲା ଫୁଟ୍ବଲ ଖେଳୁଥିଲେ। ଠିକ୍ ସେହି ସମୟରେ ଜଙ୍ଗଲରେ ଥିବା ଗୋଟିଏ ଦନ୍ତା ପଡ଼ିଆ ଭିତରକୁ ଆସିଥିଲା। ହାତୀକୁ ଦେଖି ପିଲାମାନେ ଭୟଭୀତ ହୋଇଯାଇଥିଲେ। ଫୁଟ୍ବଲ୍କୁ ଛାଡ଼ି ପଡ଼ିଆର ଗୋଟିଏ ପାର୍ଶ୍ୱକୁ ପଳାଇ ଆସିଥିଲା।ହାତୀଟି ଶାନ୍ତସିଷ୍ଟ ଖେଳାଳିଟିଏ ପରି ଫୁଟ୍ବଲ ପାଖକୁ ଆସିଥିଲା। ପ୍ରଥମେ ବଲ୍କୁ ଶୁଣ୍ଢରେ ଗଡ଼ାଇ ଥିଲା। କିଛି ବାଟ ସେମିତି ନେବା ପରେ ଗୋଡ଼ରେ ମାରିଥିଲା କିକ୍। ତା’ପରେ ଛୋଟ ପିଲାଟିଏ ପରି ଶୁଣ୍ଢ ହଲାଇ ହଲାଇ ପଡ଼ିଆର ଏ ମୁଣ୍ଡରୁ ସେ ମୁଣ୍ଡକୁ ଦୌଡ଼ିଥିଲା। ସେଠାରେ ପୁଣି ଥରେ ବଲ୍କୁ କିକ୍ ମାରିଥିଲା। ଆଉ ମଝିରେ ମଝିରେ ପିଲାମାନଙ୍କୁ ଅନାଉଥିଲା। ପ୍ରାୟ ୪୦ ମିନିଟ୍ ଧରି ପଡ଼ିରେ ଖେଳିଥିଲା ହାତୀ। ସଞ୍ଜ ନଇଁବା ପୂର୍ବରୁ ବଲ୍କୁ ପିଲାମାନଙ୍କ ଆଡ଼କୁ କିକ୍ ମାରି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା ଦନ୍ତା ହାତୀ।