ଦୀପାବଳି ପାଇଁ ଅଗ୍ନିଶମ ବିଭାଗର ଆଡ଼ଭାଇଜରି

ଭୁବନେଶ୍ୱର(ରାଜ୍ୟକାହାଣୀ)  ଦୀପାବଳିରେ ଜରୁରୀକାଳିନ ପରିସ୍ଥିତି ପାଇଁ ଆଡ଼ଭାଇଜରି ଜାରି କଲେ ଅଗ୍ନିଶମ ବିଭାଗ । ଅଧିକ ସାଉଣ୍ଡ ହେଉଥିବା ବାଣ ବ୍ୟବହାର କରନ୍ତୁ ନାହିଁ । ଗ୍ରୀନ୍ ବାଣ ବ୍ୟବହାର କରନ୍ତୁ । ଛୋଟ ପିଲାଙ୍କ ପାଖରେ ବାଣ ଫୁଟାନ୍ତୁ ନାହିଁ । ବାଣ ଫୁଟାଇବା ବେଳେ ପାଖରେ ବାଲି ଏବଂ ପାଣି ରଖିବା ଆବଶ୍ୟକ । ସୂତା ବସ୍ତ୍ର ପିନ୍ଧି ବାଣ ଫୁଟାଇବା ଉଚିତ୍। କଟକରେ ୪ଟି ଭୁବନେଶ୍ଵରରେ ୩ଟି ଆଡ଼ିସନାଲ୍ ଫାୟାର ଷ୍ଟେସନ ହେବ । ଟ୍ବିନ୍ ସିଟିରେ ୭ଟି ଆଡ଼ିସନାଲ୍ ଫାୟାର ଷ୍ଟେସନ କରିବ ଅଗ୍ନିଶମବାହିନୀ । ଟ୍ବିନ୍ ସିଟିରେ ସବୁ କ୍ଲଷ୍ଟର୍ ନିକଟରେ ବୁଲିବେ ଅଗ୍ନିଶମ ଅଧିକାରୀ । ନିଆଁ ଲାଗିବାର ଗୋଲ୍ଡେନ୍ ମୋମେଣ୍ଟରେ ଲିଭିବ ନିଆଁ । ତୁରନ୍ତ ୧୧୨କୁ କଲ୍ କଲେ ମିଳିବ ସର୍ଭିସ୍ ।

Leave A Reply

Your email address will not be published.

eight + one =