ଭୁବନେଶ୍ୱର(ରାଜ୍ୟକାହାଣୀ)ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବ ଆଉ ୫ ବାଘୁଣୀ ବର୍ତ୍ତମାନ ଶିମିଳିପାଳରେ ଗୋଟେ ବାଘୁଣୀ ଛଡାଯାଇଛି । ଖୁବ୍ କମ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଗତ କାଲି ଯମୁନାର ସ୍ୱାସ୍ଥ୍ୟବସ୍ଥା ଦେଖି ନୂଆ ବାଘୁଣୀ ଆସିବାର ଧାର୍ଯ୍ୟ ହେବ ଦିନ । ତେବେ ଯମୁନାକୁ ଛଡାଯିବା ପରେ ସେ ସମ୍ପୂର୍ଣ ଭାବରେ ଖୁବ୍ ଫୁର୍ତ୍ତିର ସହ ଖେଳୁଛି ଓ ସୁସ୍ଥ ଅଛି ବୋଲି ସୂଚନା ମିଳିଛି ।
ଯମୂନା ଦେହରେ କଲର ଆଇଡି ଲାଗି ଥିବାରୁ ସବୁ ସମୟରେ ତାକୁ ଟ୍ରାକ୍ କରିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଯାଞ୍ଚ୍ କରାଯାଇପାରିବ । ମହାରାଷ୍ଟ୍ର ଓ ଶିମିଳିପାଳର ଏକ ମିଳିତ ବିଶେଷଜ୍ଞ ଦଳ ବର୍ତ୍ତମାନ ଯମୁନା ଉପରେ ଦିନରାତି ନଜର ରଖିଛନ୍ତି । ନୂଆ ସ୍ଥାନ ଓ ଜଳବାୟୁ ସହିତ ଅଲଗା ପରିସ୍ଥିତିରେ ତାର ଗତିବିଧି ଏବଂ ସ୍ୱାସ୍ଥ୍ୟ କେମିତି ରହୁଛି ତା ଉପରେ ନଜର ରଖିଛି ବିଭାଗ ।