ଭୁବନେଶ୍ୱର(ରାଜ୍ୟକାହାଣୀ) ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ଏହି ଘଟଣାକୁ ମନ୍ତ୍ରୀ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ସୁବିଧା ଦିଆଯିବ ବୋଲି କହିଛନ୍ତି। ଏନେଇ ବିହାର ସରକାରଙ୍କ ସହ ଆଲୋଚନା ବି କରିବେ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ।
ଗତ ରାତିରେ ପାଟନାରେ ଏନଆଇଟି ଟର୍ଣ୍ଣର ଏଗ୍ଜିଟ୍ ପଏଣ୍ଟ ନିକଟ ମେଟ୍ରୋ ଟନେଲରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରମିକମାନେ ଟନେଲରେ ନାଇଟ୍ ସିଫ୍ଟରେ କାମ କରୁଥିବା ବେଳେ ଏକ ଲୋକୋ ପିକଅପ୍ ମେସିନର ବ୍ରେକ୍ ଫେଲ୍ ହୋଇଯାଇଥିଲା।