ଆନ୍ଧ୍ରପ୍ରଦେଶର ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ। 

 ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ, ପଶ୍ଚିମବଙ୍ଗ, ଆନ୍ଧ୍ର ପରେ ଏବେ ଉତ୍ତରପ୍ରଦେଶ ରହିଛି ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ। ଏଥିରୁ ବାଦ୍‌ ପଡ଼ିନି ଫାଇଭ୍‌ ଷ୍ଟାର ହୋଟେଲ୍‌। ଦୀପାବଳି ପୂର୍ବରୁ ଏପରି ବୋମା ଧମକ ମିଳିଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି।ଏହାରି ମଧ୍ୟରେ ତିରୁପତିର ପ୍ରସିଦ୍ଧ ଇସ୍କନ ମନ୍ଦିରକୁ ବୋମା ଧମକ ମିଳିଛି। ପୁଲିସର ସୂଚନାନୁସାରେ, ଇସ୍କନ ମନ୍ଦିରର କର୍ମଚାରୀମାନେ ଅକ୍ଟୋବର ୨୭ରେ ଏକ ଇମେଲ ପାଇଥିଲେ, ଯେଉଁଥିରେ ପାକିସ୍ତାନର ଆଇଏସଆଇ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ।ତୁରନ୍ତ ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ବୋମା ନିଷ୍କ୍ରିୟ ସ୍କ୍ୱାଡ୍ ଏବଂ ଡଗ୍ ସ୍କ୍ୱାଡ୍ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ମନ୍ଦିରରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରାଯାଇଥିଲା। କିନ୍ତୁ ମନ୍ଦିରରୁ ସେପରି କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ଅନ୍ୟ ଆପତ୍ତିଜନକ ଜିନିଷ ମିଳି ନାହିଁ।

Leave A Reply

Your email address will not be published.

twelve − three =