ରଣଜୀରେ ମାତ୍ର ୬ ରନ କରି ବୋଲ୍ଡ ହେଲେ ବିରାଟ କୋହଲି,

ବିରାଟ କୋହଲି ୧୩ ବର୍ଷ ପରେ ରଣଜୀ ଟ୍ରଫି ଖେଳିଥିଲେ । ତାଙ୍କ ବ୍ୟାଟିଂ ଦେଖିବା ଲାଗି ଅରୁଣ ଜେଟଲୀ ଷ୍ଟାଡିୟମରେ ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା ।

ସମସ୍ତଙ୍କୁ ଆଶା ଥିଲା ଯେ, ଇଣ୍ଟରନେସନାଲ କ୍ରିକେଟରେ ସଂଘର୍ଷ କରୁଥିବା କୋହଲି ରେଲୱେଜ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ, କିନ୍ତୁ ଏହା ହୋଇପାରିଲା ନାହିଁ ।ଏହି ଷ୍ଟାର ବ୍ୟାଟ୍ସମ୍ୟାନ ମାତ୍ର ୬ ରନ କରି ପାଭିଲିୟନ ଫେରିଯାଇଛନ୍ତି । ବିରାଟ ଆଉଟ ହେବା ପରେ ପୂରା ଷ୍ଟାଡିୟମରେ ନୀରବତା ଦେଖିବାକୁ ମିଳିଥିଲା । ୩୦ ଜାନୁଆରୀରେ ରେଲଓ୍ବେ ବିପକ୍ଷରେ ଦିଲ୍ଲୀ ପାଇଁ ରଣଜୀ ମୈଦାନକୁ ଓହ୍ଲାଇଥିଲେ ବିରାଟ । ପ୍ରଥମ ଦିନରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହି ଦିନ ଦର୍ଶକ ବିରାଟଙ୍କ ବ୍ୟାଟିଂ ଦେଖିପାରିନଥିଲେ ସତ କିନ୍ତୁ ପଡିଆରେ ବିରାଟଙ୍କ ଝଲକ ଦେଖିଥିଲେ । ଦ୍ବିତୀୟ ଦିନରେ ଦିଲ୍ଲୀ ୨ ଓ୍ବିକେଟ ହରାଇବା ପରେ ୩ ଓ୍ବିକେଟରେ ଆସିଥିଲେ ବିରାଟ । ହେଲେ ଏତେଟା ପ୍ରଭାବୀ ପ୍ରଦର୍ଶନ ଦେଖାଇ ପାରିନଥିଲେ । ସେ ରେଲଓ୍ବେର ଦ୍ରୁତ ବୋଲର ହିମାଂଶୁ ସାଙ୍ଗବାନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ । 

Leave A Reply

Your email address will not be published.

5 × 3 =