ଗଣିତ ଖାତା ନଦେଖାଇବାରୁ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଶିକ୍ଷୟତ୍ରୀଙ୍କ ଅମାନୁଷିକ ମାଡ଼ ।

ଭୁବନେଶ୍ଵର ( ରାଜ୍ୟ କାହାଣୀ)  ନିର୍ଦ୍ଦୟତାର ସବୁ ସୀମା ପାର୍ କଲେ ଶିକ୍ଷୟିତ୍ରୀ । ଗଣିତ ଖାତା ନଦେଖାଇବାରୁ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ଅମାନୁଷିକ ମାଡ଼ ।  ଅଭିଯୋଗ ନେଇ ଯାଇଥିବା ଅଭିଭାବକଙ୍କୁ ସ୍କୁଲ ଗେଟରୁ ଫେରାଇଦେଲେ ସ୍କୁଲ ପ୍ରିନ୍ସିପାଲ୍ । ଜଣେ ତୃତୀୟ ଶ୍ରେଣୀର ଛାତ୍ର ଗଣିତ ଖାତା ନଦେଖାଇବାରୁ ଶିକ୍ଷୟିତ୍ରୀ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ସହ ଲହୁଲୁହାଣ କରିଛନ୍ତି । ଏନେଇ ପରିବାର ଲୋକେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ଛାତ୍ର ଜଣକର ଡାକ୍ତରୀ ମାଇନା କରାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଅନୁପ୍ରାସ ନାୟକ ଗତ ୨୯ ତାରିଖରେ ଗଣିତ କ୍ଲାସ୍ ରେ ଗଣିତ କପି ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁଙ୍କୁ ଦେଖାଇ ନଥିବାରୁ ଶିକ୍ଷୟିତ୍ରୀ SST କ୍ଲାସ୍ କୁ ଡାକି ଛାତ୍ର ଜଣଙ୍କୁ ସମସ୍ତ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପ୍ରବଳ ମାଡ଼ ମାରିଥିଲେ । ସ୍କୁଲ ଛୁଟି ପରେ ଛାତ୍ର ଜଣଙ୍କ ଘରେ ପହଞ୍ଚି ବସି ଉଠି ନପାରିବାରୁ ପରିବାର ସଦସ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରିନ୍ସିପାଲଙ୍କୁ ଭେଟି ଅଭିଯୋଗ କରିଥିଲେ । ମାତ୍ର ପ୍ରିନ୍ସିପାଲ ଛାତ୍ରଙ୍କ ବାପାଙ୍କୁ ଗେଟ୍ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 

Leave A Reply

Your email address will not be published.

twelve − twelve =