ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ଘଟଣା । ୧୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।

ଭୁବନେଶ୍ଵର ( ରାଜ୍ୟ କାହାଣୀ)  ବରଗଡ଼ ଜିଲ୍ଲା ବରପାଲିରେ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଢିଲା ଗିରଫଦାରି । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ୧୦ ଜଣ ଛାତ୍ର, ଜଣେ କମ୍ପ୍ୟୁଟର ଦୋକାନୀ ଓ କିରାଣୀଙ୍କୁ ବାନ୍ଧିଛି ବରପାଲି ପୋଲିସ। ସୂଚନା ଅନୁସାରେ, ଏକ କମ୍ପ୍ୟୁଟର ଦୋକାନରେ ପ୍ରଶ୍ନପତ୍ର ଜେରକ୍ସ କରାଯାଇ ଲିକ କରାଯାଇଥିଲା । ସ୍ୱାର୍ଡ ଟିମ ଆସି ପରୀକ୍ଷା ସମୟରେ ଯାଞ୍ଚ କରିବା ପରେ କିଛି ଛାତ୍ର ଧରାପଡିଥିଲେ ।

ଏହି ଘଟଣାକୁ ନେଇ ଅଧ୍ୟକ୍ଷା ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ନାକଟିଦେଉଲରୁ ପ୍ରଶ୍ନପତ୍ର ଆସିଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା। 

Leave A Reply

Your email address will not be published.

6 + 10 =