ନିୟମ ନମାନିଲେ ପହିଲାରୁ ଏହିସବୁ ୟୁପିଆଇ ୟୁଜର୍ସଙ୍କ ଟ୍ରାଞ୍ଜାକ୍ସନ ହୋଇଯିବ ବ୍ଲକ୍ ।

ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ବା ଏନପିସିଆଇ ଫେବ୍ରୁଆରୀ ଆରମ୍ଭରୁ କିଛି ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ରୋକ୍ ଲଗାଇବାକୁ ଯାଉଛି ।  ଏନେଇ ଜାତୀୟ ଗଣମାଧ୍ୟମରେ କିଛି ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ଆପଣ ଜାଣିବା ନିହାତି ଦରକାର ।NPCI କହିଛି ଯେ, ଏହି ପରିବର୍ତ୍ତନ କିଛି UPI ୟୁଜର୍ସଙ୍କ ଉପରେ ପ୍ରଭାବ ପକାଇବ। ଏନପିସିଆଇ UPI ଟ୍ରାନଜାକ୍ସନ ଆଇଡି କରିବାର ପ୍ରକ୍ରିୟାକୁ ଷ୍ଟାଣ୍ଡାଡାଇଜ କରିବାକୁ ଘୋଷଣା କରିଛି।

NPCI କହିଛି ଯେ, ଯେଉଁ ୟୁଜର ମାନଙ୍କ UPI ଆଇଡିରେ ସ୍ପେଶାଲ ଅକ୍ଷର ରହିଛି, ସେମାନଙ୍କ ପେମେଣ୍ଟ ସ୍ୱୀକାର କରାଯିବ ନାହିଁ।

NPCI ଦ୍ୱାରା ଶେୟାର କରାଯାଇଥିବା ସୂଚନା ଅନୁଯାୟୀ ୟୁଜର୍ସ କେବଳ ଆଲଫାନ୍ୟୁମରିକ ସଂଖ୍ୟା ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ID ରୁ ଟ୍ରାନଜାକ୍ସନ କରିପାରିବେ। ଯେଉଁମାନେ ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର କରୁ ନ ଥିବେ, ସେମାନଙ୍କର ID ବ୍ଲକ୍ ହୋଇଯିବ।ଏନପିସିଆଇ ବା ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଜାରି କରିଥିବା ଗାଇଡଲାଇନ୍ ମୁତାବକ, ଫେବ୍ରୁଆରୀ ୧ ତାରିଖରୁ କେବଳ ଆଲ୍ଫାନ୍ୟୁମେରିକ କ୍ୟାରେକ୍ଟର୍ସର୍ର ୟୁପିଆଇ ଆଇଡିରେ ହିଁ ପେମେଣ୍ଟ ଗ୍ରହଣ କରାଯିବ । ଏନେଇ ୟୁପିଆଇ ଅପରେଟର୍ସଙ୍କୁ ରୋକଠୋକ୍ ସର୍କୁଲାରର ଜାରି କରିଛି ଏନପିସିଆଇ । ଯଦି ଏହି ନିୟମକୁ ୟୁପିଆଇ ଅପରେଟର୍ସ ପାଳନ କରନ୍ତି ତାଙ୍କ ଆପ ବ୍ୟବହାରକାରୀଙ୍କ ପେମେଣ୍ଟ କୌଣସି ସେଣ୍ଟ୍ରାଲ ସିଷ୍ଟମ ଆପ୍ ଟ୍ରାଞ୍ଜାକ୍ସନ ନେଇ ଅନୁମତି ପ୍ରଦାନ କରିବେ ନାହିଁ । ଏହା କିଭଳି ସେମାନଙ୍କ ଉପଭୋକ୍ତା ବ୍ୟବହାର କରିବେ ତାହା ୟୁପିଆଇ ଅପରେଟର୍ସଙ୍କ ଆପ୍ ନିର୍ମାତାଙ୍କ ଉପରେ ନିଶ୍ଚିତ କରିବେ ।

Leave A Reply

Your email address will not be published.

fifteen − six =