ଭୁବନେଶ୍ଵର ( ରାଜ୍ୟ କାହାଣୀ) ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସାଙ୍କ ସ୍ବାମୀ ମନୋଜ କୁମାର ଆଚାର୍ଯ୍ୟ ହାଇକୋର୍ଟରୁ ନିରାଶ । ମନୋଜଙ୍କ ଆଗୁଆ ଜାମିନ ଖାରଜ କଲେ ଜଷ୍ଟିସ୍ ଭି.ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ । ୧୯୮୦ ମସିହାର ଗୁରୁବକ୍ସ ସିଂ ଶିବ୍ବା ବନାମ ପଞ୍ଜାବ ସରକାର ମାମଲା ଆଧାରରେ ଜାମିନ ଖାରଜ ହୋଇଥିବା ସୂଚନା ।ସୂଚନାଯୋଗ୍ୟ, ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଓ ତାଙ୍କ ସହଯୋଗୀ ଅନୀଲ ମହାନ୍ତି । ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ନେବାକୁ ବି ପଛାଇ ନଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ । ତେବେ ଗତ ୧୯ ତରିଖରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ମନୋଜ ଆଚାର୍ଯ୍ୟ । ହଂସିତା ଅଭିଲିପ୍ସାଙ୍କ ଦ୍ବିତୀୟ ସ୍ବାମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଭିଲିପ୍ସା-ଅନୀଲଙ୍କ ଠକେଇରେ ପୋଲିସ ମନୋଜଙ୍କୁ ସମନ କରିଥିଲା । ମନୋଜ ଆଗୁଆ ଜାମିନ ଆବେଦନ କରିଥିଲେ । ପୂର୍ବରୁ ଆୟକର ବିଭାଗ ମନୋଜଙ୍କ ବାଲିଗୁଡା ସ୍ଥିତ ଘରେ ଚଢଉ କରିଥିଲା । ମନୋଜଙ୍କ ବାପାଙ୍କ ନାମରେ ଗୋଟିଏ କମ୍ପାନୀ ଥିବା ଜଣାପଡିଛି ।