ଥଇଥାନ କେନ୍ଦ୍ରରେ ଦୁଷ୍କର୍ମ ଓ ନିର୍ଯାତନା ଘଟଣାରେ ରିପୋର୍ଟ ତଲବ

ଭୁବନେଶ୍ଵର ( ରାଜ୍ୟ କାହାଣୀ) ସମର୍ଥରେ ନିର୍ଯାତିତ ୪୨ ଜଣ ମାନସିକ ଅନଗ୍ରସରଙ୍କୁ ସ୍ଥାନାନ୍ତରିତ କଲେ ସରକାର। ଅନ୍ତେବାସୀଙ୍କ ମଧ୍ୟରେ ଅଛନ୍ତି ୧୫ ମହିଳା ଓ ୨୭ ଜଣ ପୁରୁଷ। ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କୁ ନିର୍ୟାତନା ପରେ ପ୍ରଶାସନର ତତ୍ତ୍ବାବଧାନରେ ୪୨ଜଣ ଅନ୍ତେବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଖୁବଶୀଘ୍ର ହେବ ବିଭାଗୀୟ ଅଧିକାରୀଙ୍କୁ ଜେରା ସହ କାହିଁକି ଏପରି ଘଟଣା ଘଟିଲା ? କାହିଁକି ବିଭାଗୀୟ ଅଧିକାରୀ ଉକ୍ତ ଅନୁଷ୍ଠାନକୁ ଯାଉନଥିଲେ? ସେନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ । ସେପଟେ ରିମାଣ୍ଡରେ ଆସିବ ଅନୁଷ୍ଠାନର ପରିଚାଳକ ହରିଶ୍ଚନ୍ଦ୍ର ।ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି। ପ୍ରଥମେ ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ ଓ କେୟାର ଟେକର ଗିରଫ ହୋଇଥିଲେ। ବୁଧବାର ସମ୍ପାଦକଙ୍କ ପୁଅ ଶୁଭ୍ରଜିତ ଦାସ ଅନ୍ୟ ଜଣେ ଗିରଫ ହୋଇଛନ୍ତି। ସେହିପରି ସମ୍ପାଦକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆସିଛି । ସୂଚନା ଥାଉକି କିଛି ଦିନ ତଳେ ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଦିଆଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Leave A Reply

Your email address will not be published.

9 − 5 =