ଦିନିକିଆ ମ୍ୟାଚ୍ ପୂର୍ବରୁ ଆଜି ବାରବାଟି ଷ୍ଟାଡିୟମ୍ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର ( ରାଜ୍ୟ କାହାଣୀ) ବାରବାଟୀ ଷ୍ଟାଡିୟମ୍‌ ଠାରେ ଆସନ୍ତା ଫେବ୍ରୁଆରୀ ୯ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ  ଆଜି ବାରବାଟି ଷ୍ଟାଡିୟମ୍ ପରିଦର୍ଶନରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମ୍ୟାଚ୍ ପ୍ରସ୍ତୁତି ନେଇ କରିବେ ଅନୁଧ୍ୟାନ । ପୂର୍ବାହ୍ନ ସାଢେ଼ ଏଗାରଟା ସମୟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ଫେବୃୟାରୀ ମାସ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ।ବିଗତ କିଛି ବର୍ଷ ହେବ ବାରବାଟୀରେ  ସିଟ୍‌ ନମ୍ବରିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ପୂର୍ବରୁ ଗ୍ୟାଲେରୀ ଗୁଡିକରେ ଏହା ଦେଖିବାକୁ  ମିଳୁନଥିଲା । ଆଗାମୀ ମ୍ୟାଚରେ ଆକର୍ଷଣ ଭରିବା  ପାଇଁ ଓସିଏ ରେଡିୟମ ଷ୍ଟିକର ଲଗାଇବା ପାଇଁ ଯୋଜନା କରିଛି । ଷ୍ଟିକର ଗୁଡିକ ଖୁବ ପତଳା  ରହିବ । ଯଦ୍ୱାରା ଦର୍ଶକ ଏହାକୁ ସହଜରେ ଛଡ଼ାଇ  ପାରିବେ ନାହିଁ । ଅନ୍ୟପଟେ ବଦଳିଲା ବାରବାଟୀ ଟିକେଟ କାଉଣ୍ଟର ସ୍ଥାନ। ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି କଟକ ବାରବାଟୀ ଷ୍ଟାଡିୟମ୍ ମୁଖ୍ୟ ରାସ୍ତା କଡ଼ରେ ଥିବା ଟିକେଟ୍ କାଉଣ୍ଟର ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟ ରାସ୍ତା କଡ଼ରେ ନ ରଖି ଭିତରକୁ ନିଆଯାଇଛି କାଉଣ୍ଟର ଗୁଡ଼ିକୁ । ଗତକାଲି ବିଳମ୍ବିତ ରାତିରେ ଏଗୁଡ଼ିକୁ ସ୍ଥାନାନ୍ତର କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । 

Leave A Reply

Your email address will not be published.

19 − eight =