ଜାନୁଆରୀ ୩୦ରୁ ସଂସଦରେ ବଜେଟ୍ ଅଧିବେଶନ । 

କାଲିଠୁ ପାର୍ଲ୍ୟାମେଣ୍ଟ ବଜେଟ ଅଧିବେଶନ । ରାଷ୍ଟ୍ରପତିଙ୍କ ସମ୍ବୋଧନରୁ ଆରମ୍ଭ ହେବ ବଜେଟ ଅଧିବେଶନ । କାଲି ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୫-୨୬ ଆର୍ଥିକ୍ ବର୍ଷ ପାଇଁ ଆସିବ ବ୍ୟୟବରାଦ । ଫେବ୍ରୁଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଆଗତ କରିବେ । ଲଗାତାର ଭାବେ ଏହା ତାଙ୍କର ଅଷ୍ଟମ ବଜେଟ୍ ଅପସ୍ଥାପନ ହେବ । ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୩ ତାରିଖ ଯାଏ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ, ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ୍   ୪ ତାରିଖ ପର୍ଯ୍ୟନ୍ତ ବସିବ ।  ମଧ୍ୟବିତ୍ତଙ୍କ ନଜର ଆୟକର ଟକିସ ଉପରେ । ଦରଦାମ ବୃଦ୍ଧି ସମୟରେ ଆଶ୍ବସ୍ତି ଚାହୁଁଛନ୍ତି ମଧ୍ୟବିତ୍ତ । ନୂଆ ଓ ପୁରୁଣା ଟିକସ ବ୍ୟବସ୍ଥାରେ କଣ ପରିବର୍ତ୍ତନ ହେବ । ନୂଆ ଟିକସ ବ୍ୟବସ୍ଥାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ । ୩ ରୁ ୭ ଲକ୍ଷ ମଧ୍ୟରେ ୫ ପ୍ରତିଶତ, ୭ ରୁ ୧୦ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ, ୧୦ ରୁ ୧୨ ଲକ୍ଷ ଉପରେ ୧୫ ପ୍ରତିଶତ, ୧୨ ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ରହିଛି । ନୂଆ ଟିକସ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରିବାକୁ ଗତ ବଜେଟରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏଥର ନୂଆ ଟିକସ ବ୍ୟବସ୍ଥାରେ କଣ ପରିବର୍ତ୍ତନ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।ଏଥର ବଜେଟରେ କୃଷି, ଗ୍ରାମ୍ୟ ଯୋଗାଯୋଗ, MSME ଓ ରିୟଲ ଇଷ୍ଟେଟ୍‌ ସେକ୍ଟର ଉପରେ ଫୋକସ୍ ରହିବ । ନିଯୁକ୍ତି ସୃଷ୍ଟି ଓ ମଧ୍ୟବିତ୍ତଙ୍କୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.

4 × 3 =