ନିମ୍ନ ମାନର ଖାଦ୍ୟ ପ୍ରତିବାଦରେ ପଦଯାତ୍ରା କରିଥିଲେ ପ୍ରାୟ ୩୦ ରୁ ୪୦ ଜଣ ଛାତ୍ରୀ ।

ଭୁବନେଶ୍ଵର ( ରାଜ୍ୟ କାହାଣୀ) ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ସହି ପାରିଲେନି ଛାତ୍ରୀ । ପ୍ରତିଦିନ ଖାଦ୍ୟରେ ବାହାରୁଥିଲା ପୋକ । ବାରମ୍ବାର ଅଭିଯୋଗ କରିବା ପରେ କେହି ଶୁଣିଲେନି । ଶେଷରେ ବାଧ୍ୟ ହୋଇ ଥାନାକୁ ବାହାରିଥିଲେ ୩୦ରୁ ୪୦ ଛାତ୍ରୀ ।ମା ପେଣ୍ଡରାଣୀ ଉଚ୍ଚ ବିଦ୍ୟାଳୟ, ବୁର୍ଜାରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ଉକ୍ତ ଗ୍ରାମର କସ୍ତୁରବା ବାଳିକା ହଷ୍ଟେଲରେ ରହୁଥିଲେ ।

ଦୀର୍ଘ ୮ ମାସ ହେଲା ଏହି ହଷ୍ଟେଲରେ ପରସା ଯାଉଥିବା ଖାଦ୍ୟ ଏତେ ନିମ୍ନମାନର ଯେ ଭାତ ଆଉ ତରକାରୀରେ ଖାଲି ପୋକ ଦେଖା ଯାଉଥିଲା ଯାହାକୁ ଦେଖିଲେ ବି ଘୃଣା ଲାଗୁଥିଲ।।ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରଙ୍କ ନିକଟରେ ଅଭିଯୋଗ କଲେ ହେଲେ କେହି ଏମାନଙ୍କ ଅଭିଯୋଗକୁ ଶୁଣିଲେ ନାହିଁ । ଶେଷରେ ନ୍ୟାୟ ପାଇବା ପାଇଁ ଆଜି ପ୍ରାୟ ୩୦ ରୁ ୪୦ ଜଣ ଝିଅ ଯେଉଁ ମାନେ କି ଛାତ୍ରୀବାସରେ ରହୁଥିଲେ ପ୍ରାୟ ୧୦ କିଲୋମିଟର ଚାଲି ଚାଲି ଉମରକୋଟ ଆସି ଥାନାରେ ଅଭିଯୋଗ କରିବା ପାଇଁ ବାହାରି ଥିଲେ।ଘଟଣା ବିଷୟରେ ଜାଣି ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝା ସୁଝା କରି ସ୍କୁଲକୁ ଫେରାଇବାରେ ସଫଳ ହେଇଥିଲେ ।ତେବେ ଏହି ଘଟଣାରେ ଯିଏ ବି ଦୋଷୀ ଥାଉ ନା କାହିଁକି ତାଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ ।ଘଟଣାକୁ ଗମ୍ଭୀରତାର ସହ ନେଇ ନ୍ୟାୟ ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

6 + two =