ଫେବୃଆରୀ ୧୫ ତାରିଖ ଯାଏଁ ବଢ଼ିଲା ରାସନ E-KYC ଅପଡେଟ୍‌

ଭୁବନେଶ୍ଵର ( ରାଜ୍ୟ କାହାଣୀ) ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର e-KYCକୁ ନେଇ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି e-KYC ଅପ୍‌ଡେଟ୍‌ ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା ଏବେ ଫେବୃଆରୀ ୧୫କୁ ବୃଦ୍ଧି କରାଯାଇଛି। କିଛି ଲୋକେ ଇ-କେୱାଇସି କରି ନଥିବାରୁ ତାରିଖ ବୃଦ୍ଧି ପାଇଁ ଦାବି କରିଥିଲେ।ଏହାକୁ ବିଚାର କରି ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ଯୋଗାଣ ମନ୍ତ୍ରୀ ତାଗିଦ କରିଥିଲେ। ଯଦି ଏହିମାନେ କାର୍ଡ ନ ଫେରାନ୍ତି, ତେବେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।ସୂଚନାଯୋଗ୍ୟ, ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍‌ କରାଯାଉଛି। ନାଁ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପଚିହ୍ନ ନିଆଯାଉଛି। କିଛି ସ୍ଥାନରେ ଆଇ ସ୍କାନ୍‌ ମଧ୍ୟ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି। ପରେ E-KYC ମାଧ୍ୟମରେ ଡିଲର ଅପ୍‌ଡେଟ୍‌ କରୁଛନ୍ତି।

Leave A Reply

Your email address will not be published.

fourteen + 6 =