ଭୁବନେଶ୍ଵର ( ରାଜ୍ୟ କାହାଣୀ) ଛତିଶଗଡ଼ରେ ମାଓ ନିପାତ ଅଭିଯାନକୁ ଆହୁରି କରାଯାଇଛି ଜୋର୍ଦାର୍। ସୁରକ୍ଷାବାହିନୀର ଗୁଳିରେ ଗତ ଦୁଇ ସପ୍ତାହ ମଧ୍ୟରେ ବରିଷ୍ଠ ନେତାଙ୍କ ସମେତ ୫୦ରୁ ଅଧିକ ମାଓବାଦୀ ନିହତ ହୋଇ ସାରିଛନ୍ତି।ଫଳରେ ଲାଲ୍ବାହିନୀ ଶିବିର ଛିନ୍ଛତ୍ର ହୋଇଯାଇଛି। ଏବେ ପୁଣି ଥରେ ସଂଗଠନକୁ ବଳ ଦେବାକୁ ଉଦ୍ୟମ ଆରମ୍ଭ କରୁଥିବା ବେଳେ ସେମାନେ ସୁରକ୍ଷିତ କରିଡର୍ ବୌଦ୍ଧ-କନ୍ଧମାଳ ସୀମାନ୍ତ ଘଞ୍ଚ ଜଙ୍ଗଲରେ ଠୁଳ ହେବା ସହ ଓଡ଼ିଶାମୁହାଁ ହୋଇଛନ୍ତି। ଅନ୍ୟପଟେ ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ ନିହତ । ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ସରଣ୍ଡା ଜଙ୍ଗଲରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀ ହେଲେ ମାଓ ସଙ୍ଗଠନର ଜୋନାଲ୍ କମିଟି ସଦସ୍ୟ ବିନୟ ଗଞ୍ଜୁ ଏବଂ ଏରିଆ କମିଟି ସଦସ୍ଯ ହେମନ୍ତି ମଝିୟାନ । ଏହା ସହ ଘଟଣା ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।