ମହାକୁମ୍ଭକୁ ଓଡ଼ିଶାରୁ ଯାଉଥିବା OSRTC ର ସ୍ୱତନ୍ତ୍ର ବସ୍‌ ବାତିଲ୍‌

ଭୁବନେଶ୍ଵର ( ରାଜ୍ୟ କାହାଣୀ) ବୁଧବାର ପ୍ରୟାଗରାଜରେ ଦଳାଚକଟା ଘଟି ୩୦ ଜଣ ଲୋକେ ମୃତ୍ୟୁ ବରଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଫେବୃଆରୀ ୪, ୨୦୨୫ ପର୍ଯ୍ୟନ୍ତ ଏହି ସେବା ବାତିଲ ରହିବ। ଟଙ୍କା ଫେରସ୍ତ ପାଇଁ ୯୯୩୭୫୪୭୭୭୩କୁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି। ଯେଉଁମାନେ ଆଗୁଆ ଟିକେଟ୍‌ କରିଥିଲେ, ସେମାନେ ଯୋଗାଯୋଗ କରି ପାରିବେ।OSRTC ବାତିଲ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ଦେଇ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛି ଏବଂ ଏହାର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ୱେବସାଇଟ୍ ମାଧ୍ୟମରେ ପରବର୍ତ୍ତୀ ଅପଡେଟ୍ ସେୟାର୍ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି।ସୂଚନାନୁଯାୟୀ ମୌନୀ ଅମାବାସ୍ୟାରେ  ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଥିଲା। ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି।

Leave A Reply

Your email address will not be published.

eleven + twenty =