ମହାକୁମ୍ଭ ଦଳାଚକଟାରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଆସିଲା ୫ ନୂଆ ଗାଇଡଲାଇନ୍

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ପରେ କଠୋର ନିୟମ ଆପଣେଇଛି ପ୍ରଶାସନ। ଏବେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡ଼ିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି।ସେହିପରି ମେଳା ପରିସରକୁ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । କୌଣସି ପ୍ରକାର ଗାଡି ମେଳା କ୍ଷେତ୍ର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ସେହିପରି ପ୍ରୟାଗରାଜର ଆଖପାଖ ଜିଲ୍ଲାକୁ ଆସୁଥିବା ଗାଡି ଗୁଡିକୁ ସେହି ଜିଲ୍ଲାର ସୀମାରେ ହି ଅଟକା ଯିବ । ଅନ୍ୟପଟେ ୪ ଫେବ୍ରୁଆରୀ ପର୍ଯ୍ୟନ୍ତ ସହରରେ ୪ ଚକିଆ ଯାନର ଏଣ୍ଟ୍ରି ସମ୍ପୂର୍ଣ୍ଣ ନିଷେଧ । ଭବିଷ୍ୟତରେ ଦଳାଚକଟା ପରିସ୍ଥିତିକୁ ଏଡାଇବା ସହ ମେଳାରେ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।ଅନ୍ୟପଟେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖଦ କହିବା ସହ ମୃତ ଶ୍ରଦ୍ଧାଳୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଘଟଣାର ତଦନ୍ତ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ୩୦ ମୃତକଙ୍କ ମଧ୍ୟରେ ୨୫ ଜଣଙ୍କୁ ଚିହ୍ନଟ ହୋଇଛି । ଅନେକ ଆହତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଘଟଣାକୁ ନେଇ ପ୍ରତିକ୍ରିୟା ବେଳେ ଯୋଗୀ କାନ୍ଦି ପକାଇଥିଲେ । ଏଥିସହିତ ସେ ଗଭୀର ଭାବେ ଦୁଖିତ ଥିବା କହିଛନ୍ତି । ମହାକୁମ୍ଭରେ ସେ ଗୁଜବରେ ଧ୍ୟାନ ନଦେବାକୁ ମଧ୍ୟ ଲୋକଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

10 + 1 =