ଏଲନ ମସ୍କଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଏଲୋନ ମସ୍କଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆନୁଷ୍ଠାନିକ ଭାବରେ ମନୋନୀତ । ୟୁରୋପୀୟ ସଂସଦର ସ୍ଲୋଭେନିଆନ୍ ସଦସ୍ୟ (MEP) ବ୍ରାଙ୍କୋ ଗ୍ରିମ୍ସ ମସ୍କଙ୍କ ନାକୁ ମନୋନୀତ କରିଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟେସଲା, ସ୍ପେସଏକ୍ସଏକ୍ସ ଭଳି କମ୍ପାନୀର ମାଲିକ ନାଁକୁ ଚାନ୍ସ ଦିଆଯାଇଛି । ଗ୍ରାଇମ୍ସଙ୍କ ମତରେ, ଏହି ନାମାଙ୍କନ ମସ୍କଙ୍କ ଅଭିବ୍ୟକ୍ତି ସ୍ୱାଧୀନତାକୁ ସମର୍ଥନ କରିବା ଏବଂ ବିଶ୍ୱ ଶାନ୍ତି ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେବା ପାଇଁ କରାଯାଇଛି ।ପ୍ରସ୍ତାବକୁ ନିଶ୍ଚିତ କରି, ବ୍ରାଙ୍କୋ ଗ୍ରିମ୍ସ କହିଛନ୍ତି, ଆଜି ଏହା ସଫଳତାର ସହିତ ପ୍ରସ୍ତାବିତ ହୋଇଛି ଯେ ଅଭିବ୍ୟକ୍ତି ସୱାଧୀନତା ଏବଂ ଶାନ୍ତିର ମୌଳିକ ମାନବାଧିକାରକୁ ନିରନ୍ତର ସମର୍ଥନ କରିଆସୁଥିବା ମସ୍କଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଉଚିତ। ଏହି ମନୋନୟନରେ ତାଙ୍କୁ ସମର୍ଥନ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ସେ କହିଛନ୍ତି, ’ଏହି ଚ୍ୟାଲେଞ୍ଜିଂ ପ୍ରକଳ୍ପରେ ସାହାଯ୍ୟ କରିଥିବା ସମସ୍ତ ସହ-ପ୍ରସ୍ତାପକ ଏବଂ ସହକର୍ମୀଙ୍କୁ ହୃଦୟରୁ ଧନ୍ୟବାଦ ।

Leave A Reply

Your email address will not be published.

17 − four =