ଭାଲୁ ପଞ୍ଝାରୁ ବାପାଙ୍କ ଜୀବନ ବଞ୍ଚାଇଲା ୧୦ ବର୍ଷର ପୁଅ ।

ଭୁବନେଶ୍ଵର ( ରାଜ୍ୟ କାହାଣୀ) ଭାଲୁ ପଞ୍ଝାରୁ ବାପାଙ୍କ ଜୀବନ ବଞ୍ଚାଇଲା ୧୦ ବର୍ଷର ପୁଅ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡ଼ା ଜିଲ୍ଲାରେ ।  ପୁଅର ସାହସକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଶଂସା ନ କରି ରହିପାରି ନାହାଁନ୍ତି ।

ତେବେ ଆହତ ହୋଇ ଉଭୟ ବାପା-ପୁଅ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦନ୍ତେୱାଡା ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଆବୁଝମାଡର ହାନ୍ଦାୱାଡା ଜଙ୍ଗଲକୁ ବାଞ୍ଜାରାମ ନେତାମ ଏବଂ ତାଙ୍କର ୫ମ ଶ୍ରେଣୀରେ ପାଠ ପଢୁଥିବା ଦଶ ବର୍ଷର ପୁଅ ଦୀପେନ୍ଦ୍ର ବାଉଁଶ କାଟିବାକୁ ଯାଇଥିଲେ । ବାଉଁଶ କାଟୁଥିବା ବେଳେ ଉଭୟ ବାପା-ପୁଅଙ୍କ ସାମ୍ନାକୁ ଗୋଟିଏ ଭାଲୁ ଚାଲି ଆସିଥିଲା । ଭାଲୁଟି ବାଞ୍ଜାରାମଙ୍କୁ ଆକ୍ରମଣ କରିଥିଲା । ଏହି ସମୟରେ ପୁଅ ଉପସ୍ଥିତ ବୁଦ୍ଧି ଲଗାଇ ବାପାଙ୍କୁ ବଞ୍ଚାଇ ଥିଲା। ଛୋଟ ଶିଶୁଟି ବାପାଙ୍କୁ ବଞ୍ଚାଇବା ପାଇଁ ତୁରନ୍ତ ନିଜର ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ସେ ବାପାଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହ ଲଢିଥିଲା। ଏହା ପରେ ସେ ପାଖରେ ପଡ଼ିଥିବା ଠେଙ୍ଗାରେ ଭାଲୁ ଉପରେ ପ୍ରହାର ପକାଇଥିଲା । ଫଳରେ ଭାଲୁଟି ବାଞ୍ଜାରାମଙ୍କୁ ଛାଡ଼ି ପୁଅ ଦିପେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ବାପ ଓ ପୁଅ ଦୁହେଁ ଆହତ ହୋଇଥିଲେ। ଜୀବନ ବିକଳରେ ଦୁହେଁ ବଡ଼ ପାଟି କରିବା ସହ ଭାଲୁକୁ ପିଟିଥିଲେ। ଫଳରେ ଦୁହିଁଙ୍କୁ ଛାଡି ଭାଲୁଟି ଜଙ୍ଗଲକୁ ଚାଲିଯାଇଥିଲା।  ଗାଁ ଲୋକେ ଦୁହିଁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଦନ୍ତେୱାଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.

three × 4 =