ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗରେ ଜିବିଏସ୍ ସିଣ୍ଡ୍ରୋମ ରୋଗରେ ଆକ୍ରାନ୍ତ ଚିହ୍ନଟ ।

ଶରେ GBS ସିଣ୍ଡ୍ରୋମ ରୋଗର ଆତଙ୍କ ନିରନ୍ତର ବୃଦ୍ଧି ପାଉଛି । ଏହି ରୋଗ ଏବେ ରାଜ୍ୟ ପରେ ରାଜ୍ୟ ବ୍ୟାପିବା ଆରମ୍ଭ କରିଛି । ବଙ୍ଗଳାରେ, ଗତ ଚାରି ଦିନ ମଧ୍ୟରେ ଜଣେ ଶିଶୁ ସମେତ ତିନି ଜଣଙ୍କର ସନ୍ଦେହଜନକ GBS କାରଣରୁ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହିଁ । 

ଜାନୁଆରୀ ୨୬ ରେ କୋଲକାତାର ବିସି ରୟ ହସ୍ପିଟାଲରେ ଦେବକୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ସହରର ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅମଡାଙ୍ଗାର ମନାଲଙ୍କ ପରଦିନ ମୃତ୍ୟୁ ହୋଇଥିଲା ।ମୃତକ ଦେବକୁମାର ସାହୁଙ୍କ ମାମୁଁ ଗୋବିନ୍ଦ ସାହୁ କହିଛନ୍ତି, ’ତାଙ୍କ ମୃତ୍ୟୁ ଜିବି ସିଣ୍ଡ୍ରୋମରେ ହୋଇଛି ବୋଲି ଡାକ୍ତର କହିନାହାଁନ୍ତି , କିନ୍ତୁ ମୃତ୍ୟୁ ପ୍ରମାଣପତ୍ରରେ ଜିବି ସିଣ୍ଡ୍ରୋମ ଉଲ୍ଲେଖ ରହିଛି’ । ରିପୋର୍ଟ ଅନୁଯାୟୀ, ସନ୍ଦିଗ୍ଧ ଜିବି ସିଣ୍ଡ୍ରୋମରେ ପୀଡିତ ଆଉ ଚାରି ଜଣ ଶିଶୁ ବିସି ରୟ ହସ୍ପିଟାଲ ଏବଂ ଶିଶୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଚିକିତ୍ସାଧୀନ ଅଛନ୍ତି । ପଶ୍ଚିମବଙ୍ଗର ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର କିଛି ନାହିଁ ।ମହାରାଷ୍ଟ୍ରରେ ଏହି ରୋଗ ଭୟଙ୍କର ରୂପ ଧାରଣ କରିଛି। ମହାରାଷ୍ଟ୍ରର ପୁଣେ ବ୍ୟତୀତ ସୋଲାପୁର, କୋହ୍ଲାପୁର ଓ ନାଗପୁରରେ ଏହି ରୋଗ ବ୍ୟାପିଛି । ପୁଣେରେ ସର୍ବାଧିକ ମାମଲା ରହିଛି ।

Leave A Reply

Your email address will not be published.

seventeen − nine =