ମହାକୁମ୍ଭରେ ଦଳାଚକଟା ପାଇଁ ରଦ୍ଦ ହେଲା ଆଖଡାମାନଙ୍କ ମହାସ୍ନାନ ।

ମହାକୁମ୍ଭମେଳାରେ ବଡ଼ ଅଘଟଣ। ସାହିସ୍ନାନ ବେଳେ ଦଳାଚକଟା। ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା। ମୃତଦେହକୁ ପ୍ରୟାଗରାଜ ମେଡିକାଲ କଲେଜକୁ ନିଆଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି। ସଙ୍ଗମ ସ୍ଥଳରେ ହୋଇଥିବା ଦଳାଚକଟାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ବୟାନ ଆସିଛି। ସେ ଗୁଜବରେ ଧ୍ୟାନ ନଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ମାତା ଗଙ୍ଗାଙ୍କ ନିକଟତମ ଘାଟରେ ସ୍ନାନ କରିବା ଉଚିତ୍‌। ସଙ୍ଗମ ନୋଜ ଆଡକୁ ଯିବାକୁ ଚେଷ୍ଟା କରନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ନାନ ପାଇଁ ଅନେକ ଘାଟ ନିର୍ମାଣ କରାଯାଇଛି ଯେଉଁଠାରେ ସ୍ନାନ କରାଯାଇପାରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଉଚିତ୍‌ ଏବଂ ବ୍ୟବସ୍ଥା କରିବାରେ ସହଯୋଗ କରିବା ଉଚିତ୍‌। ଏହା ସହିତ କୌଣସି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ।ସ୍ଥିତି ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଘଣ୍ଟାଏ ଭିତରେ ଦୁଇ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ଥିତି ଉପରେ ନଜର ରଖିଛନ୍ତି ନରେନ୍ଦ୍ର ମୋଦୀ। ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଭରସା ଦେଇଛନ୍ତି ଗୃହମନ୍ତ୍ରୀ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଯୋଗୀଙ୍କ ସହ କଥା ହୋଇଛନ୍ତି। ଏବେ ସ୍ଥିତି ସ୍ବାଭାବିକ ଥିବା କହିଛନ୍ତି ଯୋଗୀ ଆଦିତ୍ୟନାଥ। 

Leave A Reply

Your email address will not be published.

5 × 5 =