ନୂଆ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ। ଅପଗ୍ରେଡ୍ ହେବ ଭାରତର ନାବିକ ସାଟେଲାଇଟ୍ । ଆଜି ସକାଳ ୬ଟା ୨୩ରେ ନାବିକ୍-ଟୁ ମିଶନ ଲଞ୍ଚ ହୋଇଛି। ଶ୍ରୀହରିକୋଟାରୁ ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି। ନାଭିକ ହେଉଛି ଭାରତର ରିଜିଓନାଲ ନାଭିଗେସନ ସାଟେଲାଟ୍ ସିଷ୍ଟମ । ଏହା ଆମେରିକାର ଜିପିଏସ୍ ଭଳି କାର୍ଯ୍ୟ କରେ।
କାରଗିଲ ଯୁଦ୍ଧ ବେଳେ କାଶ୍ମୀରର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଜିପିଏସ୍ କାର୍ଯ୍ୟକ୍ଷମ ହୋଇନପାରିବାରୁ ଭାରତୀୟ ସେନାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହାପରେ ଭାରତ ସରକାର ଦେଶର ନିଜସ୍ୱ ଜିପିଏସ୍ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଥିଲେ । ଏହା କାର୍ଯ୍ୟକାରୀ ହେବା ପରେ ଯାନବାହନ, ଉଡ଼ାଜାହାଜ, ଜଳଜାହାଜ, ମୋବାଇଲ୍ ଫୋନ୍ ଆଦିର ଅବସ୍ଥିତି ନିରୂପଣ କରିବା ଅଧିକ ସହଜ ହୋଇପାରିବ । ଏହାସହ ପରିବେଶ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ସହ ଭୌଗୋଳିକ ସୂଚନା ଆଦି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ୧୯୯୯ ମସିହାରେ ନାବିକ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାକୁ ୨୦୧୩ରେ ଉତକ୍ଷେପଣ କରାଯାଇଥିଲା।