ଭୁବନେଶ୍ଵର ( ରାଜ୍ୟ କାହାଣୀ) ଓଡିଶାର ଭଦ୍ରକ ଜିଲ୍ଲାର ଧାମରା ଏୟାରଷ୍ଟ୍ରିପରେ ମଙ୍ଗଳବାର ପ୍ରଥମ ବିମାନ ଅବତରଣ କରିଛି। ଯାହା ଏହି ଅଞ୍ଚଳରେ ବିମାନ ସଂଯୋଗ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଏୟାରଷ୍ଟ୍ରିପ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡାରେ ଅବସ୍ଥିତ।ପ୍ରଥମେ ଆଦାନୀ କମ୍ପାନୀର ଉପସଭାପତି ମହେନ୍ଦ୍ର ମେକୱାନ୍ ବିମାନବନ୍ଦରରେ ଓହ୍ଲାଇଥିଲେ । ଏହାପରେ ସେଠାରେ ଥିବା ଧାମରା ବନ୍ଦର କର୍ତ୍ତୃପକ୍ଷ ମେକୱାନ୍ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି ।ସୂଚନାଯୋଗ୍ୟ, ଧାମରା ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ କଳକାରଖାନା ସ୍ଥାପନ ପାଇଁ ବାଲିମୁଣ୍ଡାଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ୨୦୧୭ ମସିହାରେ ଆଦାନୀ ଗ୍ରୁପକୁ ଅନୁମତି ମିଳିଥିଲା । ସେଢେ ତିନି କିଲୋମିଟର ରନୱେ ନିର୍ମାଣ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୦୦ ମିଟର ରନୱେ ନିର୍ମାଣ କରାଯାଇଛି । ଯାହାଦ୍ବାରା ଏଠାରେ ଛୋଟ ବିମାନ ଅବତରଣ କରିପାରିବ ।ଓଡ଼ିଶା ସରକାର ବିମାନବନ୍ଦର ପାଇଁ ଆବଶ୍ୟକୀୟ ୫୦୦ ଏକର ଜମି ମଧ୍ୟରୁ ୨୭୨ ଏକର ଜମି ଆବଣ୍ଟନ କରିଛନ୍ତି। ସମ୍ପୂର୍ଣ୍ଣ ହେବା ପରେ, ଏହି ସୁବିଧା ଏହି ଅଞ୍ଚଳରେ ଶିଳ୍ପାୟନ ଏବଂ ଆର୍ଥିକ ଅଭିବୃଦ୍ଧିକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।