ଭୁବନେଶ୍ଵର ( ରାଜ୍ୟ କାହାଣୀ) ଗୀତିକବି ବୃନ୍ଦାବନ ଜେନାଙ୍କ ପରଲୋକ । ୮୭ ବର୍ଷ ବୟସରେ ଆଖି ବୁଜିଲେ ବୃନ୍ଦାବନ ଜେନା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଥିବା ସୂଚନା ।କିଛି ଦିନ ପୂର୍ବରୁ ତାଙ୍କର ବ୍ରେନଷ୍ଟ୍ରୋକ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା । ପାଖାପାଖି ୩୦ଟି ଚଳଚିତ୍ରରେ ଗୀତ ରଚନା କରିବା ସହ ୮ଟି ସିନେମାରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଦୁଇଟି ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୧୯୪୪ ଜାନୁଆରୀ ୧୪ରେ ବୃନ୍ଦାବନ ଜନ୍ମଗ୍ରହଣ କରିଥିଲେ । କଟକ ପାଟକୁରା ତାଙ୍କ ଜନ୍ମ ସ୍ଥାନ ।ଓଡ଼ିଆ ଚଳଚ୍ଚିତ୍ର ଏବଂ ଅକାଶବାଣୀରେ କାମ କରିଛନ୍ତି ବୃନ୍ଦାବନ ।ପୀରତି ତୋର ଦୂରୁ ଜୁହାର, ଏମିତି ରାତି ସେ ତ ଅଭୁଲା ସ୍ମୃତି, ମୋ ପ୍ରିୟାଠାରୁ କିଏ ଅଧିକା ସୁନ୍ଦର ଭଳି ଲୋକପ୍ରିୟ ଗୀତର ସେ ଥିଲେ ସ୍ରଷ୍ଟା। ଓଡ଼ିଆ ଭାଷା ସାହିତ୍ୟ ପାଇଁ ବୃନ୍ଦାବନଙ୍କୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିଲା । ୨୦୦୮ରେ ସେ ଓଡିଶା ସାହିତ୍ୟ ଏକାଡେମୀ, ୨୦୦୫ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ , ୨୦୦୬ରେ ଓଡିଆ ଗୀତିକବି ସମ୍ମାନ, ୨୦୧୧ରେ ସମ୍ମାନଜନକ ଫକୀରମୋହନ ଗୀତିଶ୍ରୀ ସମ୍ମାନ, ୨୦୧୫ରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଦତ୍ତ ଜୀତିକବି ସମ୍ମାନରେ ସମ୍ମାନରେ ସମ୍ମାନୀତ ହୋଇଥିଲେ ।