ରାଜ୍ୟରେ କଲବଲ କରୁଛି ଘନ କୁହୁଡ଼ି  ।

ଭୁବନେଶ୍ଵର ( ରାଜ୍ୟ କାହାଣୀ)  କଲବଲ କରୁଛି ଘନ କୁହୁଡ଼ି  । ଟ୍ୱିନ୍ ସିଟିରେ ଘନ କୁହୁଡ଼ି । ଆଜି ବଡ଼ି ଭୋରରୁ ଟ୍ୱିନ ସିଟି ସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବୁଧବାର ଗଞ୍ଜାମ, ଗଜପତି, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।ସେହିପରି ପଶ୍ଚିମାଝଡ଼ ଅପସାରଣ ପରେ ରାଜ୍ୟରେ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଛି । ଏହାଦ୍ବାରା ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ହ୍ରାସ ଘଟିଛି । ରାଜ୍ୟର ଉତ୍ତରପଶ୍ଚିମ ଭାଗରେ ପାରଦ ତଳ ମୁହାଁ ହୋଇଛି । ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରି ରହିଥିବା ବେଳେ ସିମିଳିଗୁଡ଼ାରେ ୯.୧, ଫୁଲବାଣୀରେ ୯.୫, ସୁନ୍ଦରଗଡ଼ ଓ କିରେଇରେ ୯.୮ ଡିଗ୍ରି ରହିଥିଲା ।

Leave A Reply

Your email address will not be published.

10 − 3 =