ରାମାୟଣ ଶୋ’ର ରାମ ସଙ୍ଗମରେ ବୁଡ଼ ପକାଇଲେ

 ‘ରାମାୟଣ’ରେ ରାମ ଭୂମିକାରେ ଲୋକଙ୍କ ମନରେ ରାଜ୍‌ କରୁଥିବା ଅରୁଣ ଗୋଭିଲଙ୍କୁ ସମସ୍ତେ ଜାଣନ୍ତି। ୧୯୮୭ ମସିହାରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ମୁଖ୍ୟ ଭୂମିକା ନିଭାଇ ସେ ଘରେ ଘରେ ପରିଚିତ ପାଲଟିଥିଲେ। ଦର୍ଶକଙ୍କ ମନରେ ଆଜି ବି ସେ ଭଗବାନ ରାମଙ୍କ ପରିଚୟ ନେଇ ରହିଛନ୍ତି। ସେଥିପାଇଁ ସେ ଯୁଆଡ଼େ ବି ଯାହାନ୍ତି ତାଙ୍କୁ ରାମଙ୍କ ନାମରେ ଲୋକେ ସମ୍ବୋଧନ କରନ୍ତି। ସେହି ରୂପେଲି ପରଦାର ରାମ ଏବେ ଯାଇ ମହାକୁମ୍ଭରେ ପହଞ୍ଚିଚନ୍ତି । ଅରୁଣ ଗୋଭିଲ ତାଙ୍କ ପତ୍ନୀ ଏବଂ ପରିବାର ସହିତ ମହାକୁମ୍ଭ ୨୦୨୫ରେ ପହଞ୍ଚିଛନ୍ତି।ମହାକୁମ୍ଭରେ ପହଞ୍ଚିବା ପରେ, ଅରୁଣ ଗୋଭିଲ ଏବଂ ତାଙ୍କ ପତ୍ନୀ ଶ୍ରୀଲେଖା ଗୋଭିଲ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ। ସେମାନଙ୍କ ସହିତ ଆହୁରି ଅନେକ ଲୋକଙ୍କୁ ମଧ୍ୟ ଦେଖାଯାଇଥିଲା । ଅରୁଣ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅରୁଣ ସୋସିଆଲ୍‌ ମିଡିଆରେ ଫଟୋ ସେୟାର କରି ସନାତ ଧର୍ମ ଓ ସଂସ୍କୃତି ବିଷୟ‌ରେ ଲେଖିଛନ୍ତି। ତ୍ରିବେଣୀ ସଂଗମରେ ସ୍ନାନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ମାଆ ଗଙ୍ଗା, ଯମୁନା ଓ ସରସ୍ବତୀ ସଭିଙ୍କ କଲ୍ୟାଣ କରନ୍ତୁ ବୋଲି ସେ ଲେଖିଛନ୍ତି।

ତ୍ରିବେଣୀରେ ବୁଡ଼ ପକାଇବା ସହ ଅରୁଣ ଶ୍ରଦ୍ଧାଳୁଙ୍କ ସେବା ବି କରିଛନ୍ତି। ସେ ମହାକୁମ୍ଭକୁ ଆସିଥିବା ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରିଛନ୍ତି। ଯାହାର ଭିଡିଓ ଅଭିନେତା ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି।

Leave A Reply

Your email address will not be published.

one × 2 =