ପଖାଳ ଖାଇ ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ । 

ଭୁବନେଶ୍ଵର ( ରାଜ୍ୟ କାହାଣୀ)  ପଖାଳ ଖାଇ ହଷ୍ଟେଲ ଛାତ୍ରୀ ଅସୁସ୍ଥ । ତେଲକୋଇ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି l ହଷ୍ଟେଲ ୱାଡେନଙ୍କ କହିବା କଥା, ପ୍ରତ୍ୟେକ ଦିନ ସକାଳେ ଛୁଆମାନେ ସୁଜି ଖାଇଥାନ୍ତି । ଆଜି ସୁଜି ନଥିବାରୁ ୨୨ଜଣ ଛାତ୍ରୀ ପଖାଳ ଖାଇଥିଲେ ବୋଲି ବିଦ୍ୟାଳୟର ୱାଡେନ କହିଛନ୍ତି । ତା’ପରେ ସମସ୍ତ ୨୨ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । କାହାର ପେଟବ୍ୟଥା ତ ଆଉ କାହାର ବାନ୍ତି ହେଉଛି । ଆଉ କେତେଜଣଙ୍କର ମୁଣ୍ଡ ବୁଲାଉଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ତେବେ ଖାଦ୍ୟରେ କ’ଣ ପଡ଼ିଥିଲା ଯେଉଁଥିପାଇଁ ଏଭଳି ଘଟଣା ଘଟିଲା ଏବଂ   ଏତେ ଛାତ୍ରୀ ଅସୁସ୍ଥ ହେଲେ ତାହା ତଦନ୍ତ ହେବା ଆବଶ୍ୟକ ବୋଲି ଅଭିଭାବକ ମାନେ କହିଛନ୍ତି ।

Leave A Reply

Your email address will not be published.

1 × 3 =