ବାଂଲାଦେଶକୁ ସହାୟତା ବନ୍ଦ କଲା ଆମେରିକା

ବାଂଲାଦେଶକୁ ମିଳୁଥିବା ସମସ୍ତ ପ୍ରକାରର ଆମେରିକୀୟ ସହାୟତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଦେଇଥିବା ନେଇ ୟୁଏସଏଆଇଡି ଟ ଏକ ଚିଠି ଲେଖି ସୂଚନା ଦେଇଛି। ଏହା ବାଂଲାଦେଶର ୟୁନୁସ ସରକାରଙ୍କ ପାଇଁ ଏକ ବଡ଼ ଝଟକା ଭଳି।ଆମେରିକୀୟ ଏଜେନ୍ସି ୟୁଏସଏଆଇଡି ବାଂଲାଦେଶରେ ଚୁକ୍ତି, କାର୍ୟ୍ୟାଦେଶ, ଅନୁଦାନ, ସମବାୟ ଚୁକ୍ତି, ଅନ୍ୟାନ୍ୟ ସହାୟତା କିମ୍ବା କ୍ରୟ ଉପକରଣ ଅଧୀନରେ କୌଣସି କାର୍ୟ୍ୟକୁ ତୁରନ୍ତ ବନ୍ଦ କିମ୍ବା ସ୍ଥଗିତ ରଖିବାକୁ ଘୋଷଣା କରିଛି ।  ଶେଖ୍ ହସିନା କ୍ଷମତାରୁ ଯିବା ପରେ ବାଂଲାଦେଶର ମୌଳବାଦୀ ମାନେ ହିନ୍ଦୁମାନଙ୍କୁ ହତ୍ୟା କରିବା ସହ ଅନେକ ଧାର୍ମିକ ସ୍ଥଳରେ ନିଆଁ ଲଗାଇ ଦେଇଥିଲେ ।  ଡୋନାଲ୍ଡ ଟ୍ରମ୍ପଙ୍କ ସେତେବେଳେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ପାଇଁ ୟୁନୁସ୍ ସରକାରଙ୍କୁ  ସମାଲୋଚନା କରିଥିଲେ ।

ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ ଯେ ,ବାଂଲାଦେଶରେ ଉଗ୍ର ବାମପନ୍ଥୀଙ୍କ ଧାର୍ମିକ ବିରୋଧୀ ଏଜେଣ୍ଡାରୁ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କ ସୁଦୃଢ଼ କରାଯିବ। ଏବେ ପ୍ରାୟ ଦୁଇ ମାସ ପରେ ଟ୍ରମ୍ପ କ୍ଷମତାକୁ ଆସିବା ମାତ୍ରେ ବାଂଲାଦେଶ ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା  ।ଆମେରିକାରେ କ୍ଷମତାକୁ ଆସିବା ପରେ ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ଲାଗିଛନ୍ତି। ସେହିପରି ୧ସେ ଅନେକ ଦେଶ ଏବଂ ଅନ୍ତର୍ଜାତୀୟ ପ୍ରତିଷ୍ଠାନକୁ ଦିଆଯାଉଥିବା ଆର୍ଥିକ ସହାୟତାକୁ ୯୦ ଦିନ ପାଇଁ ବନ୍ଦ କରିଦେଇଛନ୍ତି। ଋଷ ସହିତ ଚାଲିଥିବା ଯୁଦ୍ଧରେ ବାଇଡେନ ସରକାର ୟୁକ୍ରେନକୁ ସାହାଯ୍ୟ କରୁଥିଲେ କିନ୍ତୁ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଏହାକୁ ତୁରନ୍ତ ବନ୍ଦ କରିଦେଇଥିଲା।

Leave A Reply

Your email address will not be published.

three × 5 =